କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅଭିଯୋଗ ! କହିଲେ, ବିଜେଡି ଓ କଂଗ୍ରେସ ମଧ୍ୟରେ ରହିଛି ସଲାସୁତରା

କିଏ ହେବ ନୂଆ ଲୋକସଭାର ବାଚସ୍ପତି ? ରେସରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ।

କନକ ବ୍ୟୁରୋ : କର୍ଣ୍ଣାଟକରେ କଂଗ୍ରେସ ଓ ଆଂଚଳିକ ଦଳ ଜେଡିଏସ ମଧ୍ୟରେ ବୁଝାମଣା ପରେ ଓଡିଶାରେ କଂଗ୍ରେସ ଓ ବିଜେଡି ମଧ୍ୟରେ ବୁଝାମଣା ରହିଛି ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ନିକଟରେ ଘଟିଥିବା କିଛି ଘଟଣାବଳୀ ଏହାକୁ ପ୍ରମାଣ କରୁଛି ବୋଲି ଜୁଏଲ କହିଛନ୍ତି । ଏବଂ ସୌମ୍ୟ ରଂଜନ ପଟ୍ଟନାୟକ ବିଜେଡିରେ ଯୋଗଦେବା ଏହି ଋଣନୀତିର ଅଂଶବିଶେଷ ବୋଲି ଇସାରା କରିଛନ୍ତି ଜୁଏଲ ।

ସେପଟେ ନିରଂଜନ କହିଛନ୍ତି,ବିଜେଡି ସହ ବିଜେପି ଦୀର୍ଘ ବର୍ଷ ଧରି ସରକାରରେ ଥିଲା , କଂଗ୍ରେସ ନୁହଁ । ଏହାକୁ ଜୁଏଲ ଭୁଲିବା ଉଚିତ ନୁହେଁ ବୋଲି ନିରଂଜନ ମନେପକାଇ ଦେଇଛନ୍ତି । ସେପଟେ ସୌମ୍ୟରଂଜନ କହିଛନ୍ତି କର୍ଣ୍ଣାଟକ ପରାଜୟ ପରେ ବିଜେପି ନେତା ମାନେ ଏଭଳି ବୟାନ ଦେବାକୁ ବାଧ୍ୟ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe