କନକ ବ୍ୟୁରୋ : କର୍ଣ୍ଣାଟକରେ କଂଗ୍ରେସ ଓ ଆଂଚଳିକ ଦଳ ଜେଡିଏସ ମଧ୍ୟରେ ବୁଝାମଣା ପରେ ଓଡିଶାରେ କଂଗ୍ରେସ ଓ ବିଜେଡି ମଧ୍ୟରେ ବୁଝାମଣା ରହିଛି ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ନିକଟରେ ଘଟିଥିବା କିଛି ଘଟଣାବଳୀ ଏହାକୁ ପ୍ରମାଣ କରୁଛି ବୋଲି ଜୁଏଲ କହିଛନ୍ତି । ଏବଂ ସୌମ୍ୟ ରଂଜନ ପଟ୍ଟନାୟକ ବିଜେଡିରେ ଯୋଗଦେବା ଏହି ଋଣନୀତିର ଅଂଶବିଶେଷ ବୋଲି ଇସାରା କରିଛନ୍ତି ଜୁଏଲ ।
ସେପଟେ ନିରଂଜନ କହିଛନ୍ତି,ବିଜେଡି ସହ ବିଜେପି ଦୀର୍ଘ ବର୍ଷ ଧରି ସରକାରରେ ଥିଲା , କଂଗ୍ରେସ ନୁହଁ । ଏହାକୁ ଜୁଏଲ ଭୁଲିବା ଉଚିତ ନୁହେଁ ବୋଲି ନିରଂଜନ ମନେପକାଇ ଦେଇଛନ୍ତି । ସେପଟେ ସୌମ୍ୟରଂଜନ କହିଛନ୍ତି କର୍ଣ୍ଣାଟକ ପରାଜୟ ପରେ ବିଜେପି ନେତା ମାନେ ଏଭଳି ବୟାନ ଦେବାକୁ ବାଧ୍ୟ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/vlcsnap-2017-05-16-21h09m50s649.png)