ମୋଦି ସରକାର ବିରୋଧରେ ଗର୍ଜିଲା ବିଜେଡି ! ଏଟିଏମ୍ ଟଙ୍କା ସଂକଟ ନେଇ ଆସନ୍ତାକାଲି ୨ ଘଂଟିଆ ପ୍ରତିବାଦ, ରାଜ୍ୟର ସମସ୍ତ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବ ଦଳ

40

କନକ ବ୍ୟୁରୋ : ଏଟିଏମରେ କ୍ୟାସ ସଂକଟ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଏନେଇ ଆସନ୍ତାକାଲି ୩୦ଟି ଜିଲ୍ଲାର ସମସ୍ତ ରାଷ୍ଟ୍ରାୟାତ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ କରିବ ବିଜେଡି । ଭୁବନେଶ୍ୱର ଆରବିଆଇ ସାମନାରେ ବିଜେଡି ଧାରଣା ଦେବ । ଶାନ୍ତିପୂର୍ଣ୍ଣ ଭାବେ ଦିନ ୧୦ରୁ ଦିନ ୧୨ଟା ଯାଏଁ ୨ ଘଂଟିଆ ପ୍ରତିବାଦ କରାଯିବ ।

ଓଡିଶାରେ ମଧ୍ୟ ଏଟିଏମରେ ଟଙ୍କା ନାହିଁ । ସାରା ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ବିଜେଡି କହିଛି । ବିମୁଦ୍ରାକରଣ ପରେ ଆଉ ଏକ ବୋଝ ଲୋକଙ୍କ ଉପରେ ଲଦିଦିଆଯାଇଛି । ଗତ ୧୫ ଦିନ ହେବ ଏଟିଏମରୁ ଟଙ୍କା ବାହାରୁନି । ଫଳରେ ଦେଶରେ ଆର୍ଥିକ ଅଚଳାବସ୍ଥା ସୃଷ୍ଟି ହୋଇଛି । ମୋଦି ସରକାରଙ୍କ ନୀତି ଯୋଗୁଁ ଅଘୋଷିତ ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବା ବିଜେଡି ଅଭିଯୋଗ କରିଛି ।

ସୂଚନାଯୋଗ୍ୟ ସାରା ଦେଶରେ ଏଟିଏମଗୁଡିକରେ ଟଙ୍କା ନଥିବାରୁ ଗ୍ରାହକ ହାଇରାଣ ହେଉଛନ୍ତି । ସରକାର ଓ ରିଜର୍ଭ ବ୍ୟାଙ୍କ ଏ ବାବଦରେ ଯେତେ ସଫେଇ ଦେଲେ ବି ପରିସ୍ଥିତିରେ ସେଭଳି କୌଣସି ସୁଧାର ଆସୁନାହିଁ । ଲୋକଙ୍କୁ ଏବେ ବି ଲମ୍ବା ଧାଡିରେ ଏଟିଏମ ଆଗରେ ଛିଡା ହେବାକୁ ପଡୁଛି । ଲୋକେ ଲମ୍ବା ଲାଇନରେ ଛିଡା ହଛଛନ୍ତି । ଟଙ୍କା ପାଇଁ ଲୋକେ ହଇରାଣ ହେଉଛନ୍ତି । ଯେଉଁଠି ଏଟିଏମ ଖୋଲିଛି ସେଠାରେ ଦେଖିବାକୁ ମିଳିଛି ଲମ୍ବା ଧାଡି । ଖରାରେ ଟଙ୍କା ପାଇଁ ଡହଳବିକଳ ହେଉଛନ୍ତି ଲୋକେ ।