ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ଆରମ୍ଭ ହେଲା ବିପଦର ବନ୍ଧୁ କାର୍ଯ୍ୟକ୍ରମ : ପ୍ରତ୍ୟକ ଦିନ ୧ହଜାର ଲୋକଙ୍କୁ ଦିଆଯିବ ରନ୍ଧାଖାଦ୍ୟ

712

କନକ ବ୍ୟୁରୋ : ସମ୍ବାଦ ଓ କନକ ନ୍ୟୁଜର ପ୍ରୟାସ । କରୋନା ମୁକାବିଲା ପାଇଁ ଆରମ୍ଭ ହୋଇଛି ବିପଦ ବନ୍ଧୁ କାର୍ଯ୍ୟକ୍ରମ । ବିଭିନ୍ନ ସ୍ଥାନରେ ଏ.କେ.ଦାଶ ଆସୋସିଏଟସ ଲିମିଟେଡ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଆଜି ୨ ହଜାରରୁ ଅଧିକ ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯିବ । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।

ସେପଟେ ଏଭଳି ସମୟରେ ଆପଣଙ୍କ ସାଥିରେ ଠିଆ ହୋଇଛି କନକ ନ୍ୟୁଜ୍ । ଆପଣ କୌଣସି ଅସୁବିଧାରେ ଥିଲେ ଏବଂ କୌଣସି ଜରୁରୀକାଳିନ ସେବା ଚାହୁଁଥିଲେ ଆମକୁ ଯୋଗାଯୋଗ କରନ୍ତୁ । ଆପଣଙ୍କ ପରିସ୍ଥିତି ବା ଆବଶ୍ୟକତା ନେଇ ୩୦ ସେକେଣ୍ଡର ଭିଡିଓ ପଠାନ୍ତୁ । ଆମେ ଏହାକୁ ପ୍ରଶାସନ ପାଖରେ ପହଂଚାଇବୁ । କନକ ନ୍ୟୁଜ୍ ହେଲ୍ପ ଲାଇନ ହ୍ୱାଟ୍ସଆପ୍ ନମ୍ବର ହେଉଛି -୭୦୦୮୯୯୨୪୧୦ ।