ଉଚ୍ଚଶିକ୍ଷା ବିଭାଗର କର୍ମଚାରୀଙ୍କୁ ଜଗିବ ବାଓମେଟ୍ରିକ ମେସିନ୍ : ପ୍ରତିଦିନ ୧୦ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ

999

କନକ ବ୍ୟୁରୋ : ଉଚ୍ଚଶିକ୍ଷା ବିଭାଗର ବଡ ନିଷ୍ପତ୍ତି । ଉଚ୍ଚଶିକ୍ଷା ବିଭାଗ କର୍ମଚାରୀଙ୍କୁ ଜଗିବ ବାଓମେଟ୍ରିକ ମେସିନ୍ । ଠକ କର୍ମଚାରୀଙ୍କୁ ଧରିବାକୁ ଉଚ୍ଚଶିକ୍ଷା ବିଭାଗ ବଡ ପ୍ରୟାସ । ଉଚ୍ଚଶିକ୍ଷା ବିଭାଗ କର୍ମଚାରୀମାନେ ଆଉ ଅଳ୍ପ ସମୟ କାମ କରି ପଳାଇ ଯାଇପାରିବେ ନାହିଁ । ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଲାଗିବ ବାୟୋମେଟ୍ରିକ ସିଷ୍ଟମ । ଶତପ୍ରତିଶତ ଉପସ୍ଥାନ ପାଇଁ ଏଭଳି ନିୟମ ଆପଣେଇବାକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ ।

 

ମେସିନରେ ଆଙ୍ଗୁଠି ଛାପ ଦେଇ  ଅଫିସ ଇନ ଅଫିସ ଆଉଟ କରିବେ କର୍ମଚାରୀ  । ପ୍ରତିଦିନ ୧୦ଟାରୁ ସାଢେ ୧୦ଟା ଭିତରେ ଅଫିସରେ ପହଚିଂବାକୁ ଓ ସାଢ଼େ ସାତ ଘଂଟା ହିସାବ କରି ଅଫିସ ଛାଡିବାକୁ  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଯେଉଁ କର୍ମଚାରୀ ପୂର୍ବରୁ ଆସିଥିବେ ସେମାନେ ସାଢ଼େ ସାତ ଘଂଟା ପୂରଣ କରିବା ପରେ କାର୍ଯ୍ୟାଳୟ ଛାଡିପାରିବେ  ।

ଏହା ବ୍ୟତୀତ କୌଣସି କର୍ମଚାରୀ ଗୋଟିଏ ମାସରେ ତିନି ଦିନ ବିଳମ୍ବରେ ପହଁଚନ୍ତି, ଏହାକୁ ଗୋଟିଏ ଦିନ  ଛୁଟି ଭାବେ ବିବେଚନା କରାଯିବ ବୋଲି ନୋଟିସରେ ଦର୍ଶା ଯାଇଛି । ସେହିପରି  କର୍ମଚାରୀମାନେ ଅତି କମରେ ସାଢ଼େ ସାତେ ଘଂଟା ରହିବା ପାଇଁ କୁହାଯାଇଛି । ଯଦି କର୍ମଚାରୀ ୪ଘଂଟା ଭିତରେ ଚାଲିଯିବେ ତେବେ ଏହାକୁ ପୂର୍ଣ୍ଣ ଛୁଟି ଦିବସ ଭାବେ ଗଣାଯିବ । କାର୍ଯ୍ୟାଳୟରୁ ୪ ଘଂଟାରୁ ଅଧିକ ଓ ସାଢ଼େ ସାତ ଘଂଟାରୁ କମ ରହିଲେ ଏହାକୁ ଅଧା ଛୁଟି ଦିନ ଭାବେ ଗଣା ଯିବ ।