କଲ୍ ସେଣ୍ଟରରେ ଚାକିରୀ କରୁଛନ୍ତି କି ? ସାବଧାନ ହୋଇଯାଆନ୍ତୁ, ଆମେରିକା ସଂସଦରେ ପାସ ହୋଇଥିବା ବିଲ ଆପଣଙ୍କୁ ବିପଦରେ ପକାଇପାରେ

Advertisment
କଲ୍ ସେଣ୍ଟରରେ ଚାକିରୀ କରୁଛନ୍ତି କି ? ସାବଧାନ ହୋଇଯାଆନ୍ତୁ, ଆମେରିକା ସଂସଦରେ ପାସ ହୋଇଥିବା ବିଲ ଆପଣଙ୍କୁ ବିପଦରେ ପକାଇପାରେ

IMAGE COURTESY-https://www.google.co.in

ଆମେରିକା ସଂସଦ ଦେଇଥିବା ଏକ ବିଲ କଂଗ୍ରେସରେ ପାସ୍ ହୋଇଗଲେ କଲ ସେଣ୍ଟରରେ କାମ କରୁଥିବା କୋଟି କୋଟି ଲୋକଙ୍କ ମୁଣ୍ଡ ଉପରେ ଚଡକ ପଡିଯିବ । ଯଦି ଏହି ବିଲ ପାସ ହୋଇଯାଏ ତେବେ ଏହାର ପ୍ରଭାବ ସିଧାସଳଖ ବିପିଓ ଉପରେ ପଡିବ । ଯେଉଁମାନେ ଭାରତରେ ରହି ଆମେରିକା ଅଧିବାସୀଙ୍କ ସହାୟତା କରିଥାନ୍ତି, ଏହି ବିଲରେ ସୂଚାଇ ଦିଆଯାଇଛି ଯେ ପ୍ରତ୍ୟେକ କଲ ସେଣ୍ଟର କର୍ମଚାରୀ ନିଜ ଲୋକେସନକୁ ପ୍ରକାଶ କରିବା ସହ ଗ୍ରାହକଙ୍କୁ ଆମେରିକାରେ ଥିବା ଏଜେଣ୍ଟ ଙ୍କ ସହ କଲ୍ ଟ୍ରାନ୍ସଫର କରିବାର ସୁବିଧା ମଧ୍ୟ ଦେବେ । ଏହାସହ ଏହି ତାଲିକାରେ କଲ ସେଣ୍ଟରକୁ ଆଉଟସୋର୍ସ ଯୋଗାଉଥିବା କମ୍ପାନୀର ମଧ୍ୟ ନାଁ ରହିଛି ।

gst call centre

ଏହାଦ୍ୱାରା ଆମେରିକୀୟ ଗ୍ରାହକ ନିଜ ଦେଶରେ ଥିବା କଲ ଏଜେଣ୍ଟ ଙ୍କ ସହ କଥାବାର୍ତ୍ତା କରିପାରିବେ । ବର୍ତ୍ତମାନ ଅମେରିକା ଅଧିବାସୀ କଲ ସେଣ୍ଟରରେ କଥା ହେଲା ସମୟରେ ତାଙ୍କ ଫୋନକୁ ଭାରତ ସମେତ ଅନ୍ୟ କିଛି ଦେଶରେ ଟ୍ରାନ୍ସଫର କରି ଦିଆଯାଉଥିଲା । ଏହାର କାରଣ ଆମେରିକା କମ ଦାମ ପଡୁଥିବା ଦେଶ ମାନଙ୍କରେ ନିଜର ବିପିଓ ଖୋଲିଥିଲା । ଅଧିକ ବିପିଓ କର୍ମଚାରୀ ଆମେରିକା ନାଁ ବ୍ୟବହାର କରି ସେଠାକାର ଗ୍ରାହକଙ୍କ ସହ କଥାବାର୍ତ୍ତା କରିଥାନ୍ତି ।

ବ୍ରାଉନ ନିଜ ବିଲରେ ଉଲ୍ଲେଖ କରିଛନ୍ତି ଅଧିକତମ ଆମେରିକୀୟ କମ୍ପାନୀ ଦେଶରେ କମ୍ପାନୀ ବନ୍ଦ କରି ଭାରତ କିମ୍ବା ମେକ୍ସିକୋକୁ ସିପ୍ଟ କରିଲେଣିି । ବର୍ତ୍ତମାନ ଏହି ବିଲ ମାଧ୍ୟମରେ ପୁନର୍ବାର ନିଜ ଦେଶରେ କମ୍ପାନୀ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଯଦି ଆମେରିକା ସଂସଦରେ ଏହି ବିଲ ପାସ ହୋଇଯାଏ ତେବେ ଭାରତରେ ଥିବା ସବୁ ବିପିଓ କମ୍ପାନୀରେ ଏହାର ପ୍ରଭାବ ପଡିବ । ଯେଉଁ କମ୍ପାନୀ ଏବେ କଲ ସେଣ୍ଟର ଚଳାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe