ତାଲାବନ୍ଦ କଟକଣା ମାନୁନାହାନ୍ତି ଲୋକେ : ଭୁବନେଶ୍ବରରେ ରେକର୍ଡ ସଂଖ୍ୟକ ବାଇକ୍‌ ଜବତ,୩ ଦିନରେ ଧରାହେଲାଣି ୧୩ଶହ

Advertisment
ତାଲାବନ୍ଦ କଟକଣା ମାନୁନାହାନ୍ତି ଲୋକେ : ଭୁବନେଶ୍ବରରେ ରେକର୍ଡ ସଂଖ୍ୟକ ବାଇକ୍‌ ଜବତ,୩ ଦିନରେ ଧରାହେଲାଣି ୧୩ଶହ

କନକ ବ୍ୟୁରୋ : କୋଭିଡ୍‌-୧୯ ମୁକାବିଲା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯିବା ସହ ଜରୁରୀକାଳୀନ କାମରେ ଲାଗୁଥିବା ଗାଡ଼ି ପାଇଁ କମିସନରେଟ୍‌ ପୁଲିସ ପାସ୍‌ ବ୍ୟବସ୍ଥା କରିଛି। ହେଲେ ବିନା କାରଣରେ ଓ ବିନା ପାସ୍‌ରେ ଅନେ‌କେ ବାଇକ୍‌ ଧରି ସହର ବୁଲୁଛନ୍ତି।  ଭୁବନେଶ୍ବରରେ ରେକର୍ଡ ସଂଖ୍ୟକ ବାଇକ୍‌ ଜବତ କରାଯାଇଛି। ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାକୁ ଥିବାରୁ କମ୍‌ ଗାଡ଼ି ବାହାରକୁ ବାହାରିବା ଆଶା କରାଯାଉ ଥିଲେ ମଧ୍ୟ ଆଜି ୪୯୩ଟି ବାଇକ୍‌ ଜବତ କରାଯାଇଛି।

ମହାମାରୀ ଆଇନ ଅମାନ୍ୟ କରିଥିବାରୁ ମାମଲା ରୁଜୁ କରା ଯାଇଛି। ତିନିଦିନ ଭିତରେ କେବଳ ଭୁବନେଶ୍ବରରେ ୧୩୩୯ ବାଇକ୍‌ ଜବତ କରାଯାଇଛି। ବାଇକ୍‌ ଯାଞ୍ଚ ବେଳେ ଏହି ଚାଳକମାନେ ପୁଲିସ କର୍ମଚାରୀଙ୍କ ସହ ବିଚିତ୍ର ଯୁକ୍ତି କରୁଥିବା ପରିଲକ୍ଷିତ ହୋଇଛି। ପରିବା ମାର୍କେଟ୍‌ ଦୂର ଆମେ କେମିତି ଯିବୁ? ପରିବା କିଣିବା ପାଇଁ ଗାଡ଼ି ବ୍ୟବହାର କରିବାକୁ ଆମକୁ ପାସ୍‌ ଦିଅ, ଏଭଳି ବିଚିତ୍ର ଯୁକ୍ତି ପ୍ରତ୍ୟେକ ଦିନ ହେଉଛି।

ସୋମବାର ଏଭଳି ୪ଶହରୁ ଊର୍ଦ୍ଧ୍ବ ବାଇକ୍‌ ଜବତ ହୋଇଥିବା ବେଳେ ଗତକାଲି ୪୪୬ ବାଇକ୍‌ ଜବତ ହୋଇଥିଲା। ପୂର୍ବରୁ ସଂଶୋଧିତ ମୋଟର ଯାନ ଆଇନ ବଳରେ ଜବତ ହେଉଥିବା ଗାଡ଼ି ଜରିମାନା କରାଯାଇ ଛାଡ଼ି ଦିଆଯାଉଥିବା ବେଳେ ତାଲା ବନ୍ଦ ସମୟରେ ଗାଡ଼ିଗୁଡ଼ିକ ମହାମାରୀ ଆଇନ ବଳରେ ଜବତ ହେଉଛି। ଗାଡ଼ିଗୁଡ଼ିକ କୋର୍ଟ ଚାଲାଣ କରାଯିବ। ଅଯଥା ଗାଡ଼ିଗୁଡ଼ିକୁ ଏଭଳି କୋର୍ଟ ଯିବାକୁ ନ ଦେଇ ନିଜକୁ ଗାଡ଼ି ସହ ଘରେ ରଖିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe