ମାଲକାନଗିିରିରେ ଚୋରା ଗାଡି କିଣି ଫସିଲେ ଚାଳକ : ୭ ଚୋରା ବାଇକ୍ ମାଲିକଙ୍କୁ ଗିରଫ କଲା ପୋଲିସ୍ 

1,449
କନକ ବ୍ୟୁରୋ : ଚୋରା ବାଇକ କିଣି ଫସିଲେ ଚାଳକ । ଚୋରା ବାଇକ କିଣିବା ଅଭିଯୋଗରେ ୭ଜଣଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ମାଲାକନଗିରି ଜିଲ୍ଲାରେ ବାଇକ ଚୋରି ର୍ୟାକେଟ ବର୍ଷ ବର୍ଷ ଧରି ସକ୍ରିୟଥିବା ବେଳେ ଚୋରର ସୁରାକ ପାଇ ପାରୁନଥିଲା ପୋଲିସ । ତେବେ ନିର୍ଦ୍ଧିଷ୍ଟ ଏକ ବାଇକ ଚୋରି ମାମଲାକୁ କେନ୍ଦ୍ର କରି ପୁଲିସ ମାଲାନଗିରି ବେଦାୱାଡା ଓ ବନ୍ଧଗୁଡା ଗାଁର ଦୁଇ ବାଇକ ଚୋରକୁ ଧରିବାରେ ସଫଳ ହୋଇ ଥିଲେ ।
ଅଧିକ ପଚରା ଉଚରାରୁ ସେମାନେ ଏକାଧିକ ବାଇକ ଚୋରି କରିଥିବା ପୁଲିସ ଜାଣିବାକୁ ପାଇଥିଲା । ତେବେ ଚୋର ଦୁଇ ଜଣଙ୍କ ବୟାନକୁ ଆଧାର କରି ୭ ଚୋରା ବାଇକ ମାଲିକଙ୍କୁ ନିକଟରୁ ୧୦ ଟି ଚୋରା ବାଇକ ଜବତ କରିଛି ପୁଲିସ । ୨ ବାଇକ ଚୋର ସମେତ ୭ ଜଣ ଚୋରା ବାଇକ ମାଲିକଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ମାଲାକନଗିରି ପୁଲିସ ।