ଚାନ୍ଦବାଲି ଅଂଚଳରେ ବିଦ୍ୟୁତ ତାର ଲାଗି ଜଳିଗଲା ବାଇକ : ଅଳ୍ପକେ ବର୍ତ୍ତିଲେ ଦାଦା ପୁତୁରା

147

କନକ ବ୍ୟୁରୋ : ରାଜ୍ୟରେ କମୁନି ବିଦ୍ୟୁତ ବିପଦ । ଚାନ୍ଦବାଲିରେ ବିଜୁଳି ତାର ଲାଗି ଜଳିଗଲା ବାଇକ୍ । ଅଳ୍ପକେ ବର୍ତିଗଲେ ଦାଦା ଓ ପୁତୁରା । ଚାନ୍ଦବାଲିର କୋଥକଳାରେ ଏପରି ଦୁର୍ଘଟଣା ଘଟିଛି । ବାଇକରେ ଝୁଲୁଥିବା ବିଦ୍ୟୁତ ତାର ଲାଗିବା ପରେ ବାଇକଟି ପୁରା ଜଳି ଯାଇଥିଲ । ।

ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ବାଂଶଡା ଥାନାର ଦାଦା ଓ ପୁତୁରା ବାଇକରେ ବସି ଭୋର୍ ୪ଟା ସମୟରେ କୋଇଥକୋଲା ଆସୁଥିଲେ । ହେଲେ ଦାଦା, ପୁତୁରା ଦୁର୍ଯ୍ୟୋଧନ ରାଉଳ  ଓ ସୁଦର୍ଶନ ଜେନାଦୁହେଁ ବଜାର ପୂର୍ବରୁ ଥିବା ହନୁମାନ ମନ୍ଦିର ନିକଟରେ ପୂର୍ବରୁ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ।

ବିଦ୍ୟୁତ୍ ତାର ଝଟକାରେ ଦୁର୍ଯ୍ୟୋଧନ ରାଉଳ ଏବଂ ସୁଦର୍ଶନ ଜେନା ତଳେ ପଡ଼ିଯାଇଥିବା ବେଳେ ବାଇକ୍ ବିଦ୍ୟୁତ ତାରରେ ଲାଗି ରହିଥିଲା ଏବଂ ତାହା ଜଳି ଯାଇଥିଲା । ଏହାଫଳରେ ସେଦୁହେଁ ଅବଶ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ।  ଘଟଣା ଘଟିବା ପରେ ସେହି ରାସ୍ତାରେ କିଛି ସମୟ ଲାଗି ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଏନେଇ ସୁଦର୍ଶନ ଜେନା ଧାମରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ପୁଲିସ ହସ୍ତକ୍ଷେପ ପରେ ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ କାଟିଥିଲେ। ଏହାପରେ ସେହି ରାସ୍ତାରେ ଯାତାୟତ ସ୍ଵାଭାବିକ ହୋଇଥିଲା । ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।