ବିଜେପିକୁ ଲାଗିପାରେ ଡବଲ ଝଟକା : ଆଜି ଦଳ ଛାଡିପାରନ୍ତି ବିଜେପିର ହେଭିୱେଟ୍ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ

Advertisment
୧୯ର ଫର୍ମୁଲା ଆଜିଠାରୁ ପ୍ରକାଶ କରାଯାଇ ପାରିବ ନାହିଁ । ନବୀନ ନିବାସ ଓ କଂଗ୍ରେସ ଭବନ ବାହାରେ ମଧ୍ୟ ଅନେକ ଦିଗ ଅଛି : ବିଜୟ ମହାପାତ୍ର

କନକ ବ୍ୟୁରୋ : ଆଜି ରାଜ୍ୟ ବିଜେପିକୁ ଲାଗିପାରେ ଡବଲ ଝଟକା । ଆଜି ବିଜେପିର ଦୁଇ ତୁଙ୍ଗ ନେତା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଓ ବରିଷ୍ଠ ନେତା ବିଜୟ ମହାପାତ୍ର ବିଜେପି ଛାଡିପାରନ୍ତି । ମିଳିଥିବା ଖବର ଅନୁସାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଚିଠି ଲେଖି ଏ ସଂପର୍କରେ ଅବଗତ କରିବେ ଦୁଇନେତା । ପରେ ଦଳୀୟ ପଦ ବି ଛାଡିବା ନେଇ ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ଉଭୟଙ୍କ ପରବର୍ତୀ ରାଜନୈତିକ ଗୋଟିଚାଳନା କଣ ହେବ, ତାହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି  । ଉଭୟ ନେତା ଦୀର୍ଘ ଦିନ ଧରି ଦଳର କାର‌୍ୟ୍ୟକଳାପ ନେଇ ଅସନ୍ତୁଷ୍ଟ ଥିଲେ ଓ ଦଳର କାର‌୍ୟ୍ୟକ୍ରମଠାରୁ ମଧ୍ୟ ଦୂରେଇ ଯାଇଥିଲେ। ଏଣୁ ଉଭୟଙ୍କ ଇସ୍ତଫା ଆକସ୍ମିକ ବୋଲି କୁହାଯାଇପାରିବ ନାହିଁ ।

dilip & bijay

ତେବେ ଦୀର୍ଘଦିନ ଧରି ରାଜ୍ୟ ବିଜେପିର ଏହି ଦୁଇ ବରିଷ୍ଠ ନେତା ଦଳରେ କୋଣଠେସା ହୋଇପଡ଼ିଥିବା ଚର୍ଚ୍ଚା ହେଉଛି । ବିଭିନ୍ନ ଦଳୀୟ କାର‌୍ୟ୍ୟକ୍ରମରେ ଉଭୟଙ୍କୁ ସାମିଲ ନକରିବା ଏବଂ ସେମାନଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ଦଳରେ ଏମାନଙ୍କ ମୂଲ୍ୟବୋଧକୁ ପରୋକ୍ଷରେ ସ୍ପଷ୍ଟ କରିଛି । ଅପରପକ୍ଷେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଏବଂ ଯୋଜନାକୁ ଉଭୟ ଖୁଲମଖୁଲା ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଏବଂ ଏହାର ଫାଇଦା ଶାସକ ବିଜେଡ଼ି ଏବଂ ବିରୋଧୀ କଂଗ୍ରେସ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା ନଜିର ରହିଛି ।

publive-image

ଉଲ୍ଲେଖଯୋଗ୍ୟ, ଗତ ଦୁଇ ବର୍ଷ ଧରି ବିଜୟ ମହାପାତ୍ର ଓ ବିଜେପି ସଂପର୍କ ଭଲ ନାହିଁ । ରାଜ୍ୟ ରାଜନୀତିରେ ଉଭୟ କେବଳ ଏକାଧିକ ବାର ମୁହାଁମୁହିଁ ହୋଇଛନ୍ତି ତା ନୁହେଁ, କେନ୍ଦ୍ରାପଡ଼ାରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିଭଳି ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ପୋଲ ଓ ଆଇଜିଏଚ୍କୁ ସୁପର୍ସ୍ପେସିଆଲିଟି ହସ୍ପିଟାଲ୍ରେ ପରିଣତ କରିବାକୁ ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି ଦିଲ୍ଲୀପ । ପ୍ରଧାନମନ୍ତ୍ରୀ ଉଭୟ ପ୍ରକଳ୍ପ ସଂପର୍କରେ ଘୋଷଣା କରିଥିଲେ । ମାତ୍ର ଏହା କାର‌୍ୟ୍ୟକାରୀ ନ ହେବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା। ଆଉ ଲୋକଙ୍କ ଅସନ୍ତୋଷକୁ ଆଧାର କରି ଦିଲ୍ଲୀପ କିଛି ଦିନ ଧରି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିକଟରେ ଆପତ୍ତି କରି ଆସୁଥିଲେ। ନିକଟରେ ସେ ଏହି ପ୍ରସଙ୍ଗକୁ ଆଉ ଥରେ ଉଠାଇ ଦଳ ଛାଡିବା ସଂପର୍କରେ ସଙ୍କେତ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe