ବାଜିଲା ବିଗୁଲ : ଅକ୍ଟୋବର ୨୧ରେ ପଡ଼ିବ ବିଜେପୁର ଭୋଟ୍ , ୨୪ରେ ଗଣତି

474

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଆଉ ମାତ୍ର ଏକ ମାସ ସମୟ । ଘୋଷଣା ହେଲା ବରଗଡ଼ ବିଜେପୁର ବିଧାନସଭା ଉପନିର୍ବାଚନ ତାରିଖ  । ଅକ୍ଟୋବର ୨୧ରେ ହେବ ବିଜେପୁର ଉପନିର୍ବାଚନ । ନାମାଙ୍କନ ଦାଖଲର ଶେଷ ଦିନ ୩୦ ସେପ୍ଟେମ୍ବର । ନାମାଙ୍କନ ଯାଂଚ ଅକ୍ଟୋବର ୧ ତାରିଖ ଓ ପ୍ରନାମାଙ୍କନ ତ୍ୟାହାର ତାରିଖ ଅକ୍ଟୋବର ୩ ।  ଅକ୍ଟୋବର ୨୪ ତାରିଖରେ ଭୋଟ ଗଣତି ହେବ ବୋଲି ଘୋଷଣା କରାଯାଇଛି ।  ବିଜେପୁର ଲାଗି ନିର୍ବାଚନ କମିଶନ ଆଜି ବିଧିବଦ୍ଧ ଭାବେ ବିଗୁଲ ବଜାଇଛନ୍ତି ।  ଆଜି ଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏହି ଘୋଷଣା କରିଛନ୍ତି।

ନବୀନ ବିଜେପୁର ଛାଡ଼ିବା ପରେ ପୁଣି ହେବାକୁ ଯାଉଛି ଉପନିର୍ବାଚନ । ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି ରାଜ୍ୟର ତିନି ପ୍ରମୁଖ ଦଳ । ଏଥର ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ ବିଜେପୁର । ୨୦୧୯ ସାଧାରଣ ନିର୍ବାଚନ ପରେ ସବୁ ରାଜନୈତିକ ଦଳ ଲାଗି ବିଜେପୁର ଏସିଡ଼ ଟେଷ୍ଟ । ତେଣୁ ସବୁ ରାଜନୈତିକ ଦଳ ବିଜେପୁରରୁ ବିଜୟ ବାନା ଉଡ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରାର୍ଥୀ ଚୟନରେ ତିନୋଟି ଯାକ ଦଳ ଲାଗିପଡିଛନ୍ତି । ତେବେ ବିଜେପୁର ବାସୀ କେଉଁ ରାଜନୈତିକ ଦଳ ପ୍ରାର୍ଥୀ ଉପରେ ସୁନା କଳସ ଢାଳୁଛନ୍ତି ତାହା ଦେଖିବାର କଥା ।

ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଘୋଷଣା ଅନୁଯାୟୀ, ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।  ଅକ୍ଟୋବର ୨୪ ତାରିଖରେ ଉଭୟ ମହାରାଷ୍ଟ୍ର ଓ ହରିୟାଣାରେ ଭୋଟ ଗଣତି ହେବ।