କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନ ପାଇଁ ଗଣତି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ବଳୟ ଭିତରେ ଚାଲିଛି ଭୋଟ୍ ଗଣତି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ ରହିଛି । ପ୍ରାଥମିକ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୭୦୦୫ ଖଣ୍ଡ ଭୋଟ ମିଳିଥିବା ବେଳେ  ବିଜେପି ପ୍ରାର୍ଥୀ ସନତ୍ ଗଡ଼ତିଆଙ୍କୁ ମିଳିଛି ୨୨୧୭ ଖଣ୍ଡ ଭୋଟ । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ମିଳିଛି ମାତ୍ର ୩୧୭ ଖଣ୍ଡ ଭୋଟ୍ ।  ଅନ୍ୟପଟେ ପ୍ରଥମ ରାଉଣ୍ଡରେ ନୋଟାରେ ପଡ଼ିଛି ୧୪୮ ଖଣ୍ଡ ଭୋଟ୍ ।

Advertisment

ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେପୁରରେ ବିଜେଡି ଆଗରେ । ମୋଟ ୪୩୭୫୩ ଭୋଟ ସହ ଆଗରେ ବିଜେଡି ପ୍ରାର୍ଥୀ ରୀତା ସାହୁ, ୧୨୫୯୫ ଭୋଟ ସହ ଦ୍ୱିତୀୟ ସ୍ଥାନରେ ବିଜେପି ପ୍ରାର୍ଥୀ ସନତ ଗଡତିଆ । କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୧୭୦୨ ଖଣ୍ଡ ଭୋଟ ।

ବିଜେପୁରରେ କିଏ ହେବ ବିଧାୟକ ? । ୧୪ଟି କାଉଁଟିଙ୍ଗ୍ ଟେବୁଲରେ ଭୋଟ୍ ଗଣତ ହେଉଛିି । ୧୦୩ ଜଣ ଅଧିକାରୀ ଗଣତି କରୁଛନ୍ତି । ପ୍ରତ୍ୟକ ଟେବୁଲ ପାଇଁ ଜଣେ ଲେଖାଏ ମାଇକ୍ରୋ ଅବଜର୍ଭର ରହି ତଦାରଖ କରୁଛନ୍ତି । ଗଣତି କେନ୍ଦ୍ର ଓ ଏହାର ଆଖପାଖ ଅଂଚଳକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଚଳିତ ଥର ଉପନିର୍ବାଚନରେ ୭୯ ଦଶମିକ ୧୭ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଏହି ଫଳାଫଳ ଉପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ବିରୋଧୀଙ୍କ ପାଇଁ ଏକ ବଡ ପରୀକ୍ଷା ବୋଲି କୁହାଯାଉଛି । ତେବେ ଅପରାହ୍ଣ ସୁଧା ଚିତ୍ର ସ୍ପଷ୍ଟ ହୋଇଯିବାର ସମ୍ଭାବନା ରହିଛି ।