ବିଜେପୁର ବାଜି ଜିତିବ କିଏ ? ଭୋଟରଙ୍କ ଅଙ୍ଗୁଳି ଟିପରେ ପ୍ରାର୍ଥୀଙ୍କ ଭାଗ୍ୟ

61

କନକ ବ୍ୟୁରୋ : ବିଜେପୁର, ଗାଇସିଲଟ, ବରପାଲି ବ୍ଲକ୍ ଓ ବରପାଲି ଏନଏସିକୁ ନେଇ ବିଜେପୁର ନିର୍ବାଚନ ମଣ୍ଡଳୀ ଗଠିତ । ଉପନିର୍ବାଚନ ପୂର୍ବରୁ ବିଜେପୁରକୁ ଏନଏସି ମାନ୍ୟତା ମିଳିଛି । ଗାଇସିଲଟ, ବରପାଲି ଓ ବିଜେପୁର ବିଜେପି କବଜାରେ ରହିଥିବା ବେଳେ ବରପାଲି ଏନଏସିରେ କଂଗ୍ରେସ ୮ଟି ଏବଂ ବିଜେଡି ୩ଟି ୱାର୍ଡରେ ଜିତିଛି । ୨୦୧୯ରେ ଏଠାରେ ରୋଚକ ଲଢ଼େଇ ଦେଖିବା ପାଇଁ ମିଳିବ । କାରଣ ଖୋଦ୍ ମୁଖ୍ୟମନ୍ତ୍ରୀ ଏଥର ବିଜେପୁରରୁ ନିର୍ବାଚନ ଲଢ଼ୁଛନ୍ତି ।

୨୦୧୯ର ଲଢେଇ
ବିଜେଡି: ନବୀନ ପଟ୍ଟନାୟକ
କଂଗ୍ରେସ: ରିପୁନାଥ ସେଠ୍
ବିଜେପି: ସନତ ଗଡତିଆ

ବିଜେଡି: ନବୀନ ପଟ୍ଟନାୟକ
– ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ
– ପୂର୍ବତନ ସାଂସଦ ଓ କେନ୍ଦ୍ର ଖଣି ମନ୍ତ୍ରୀ
– ୨୦୦୦ରୁ ଲଗାତର ବିଧାୟକ
– ପ୍ରଥମଥର ପାଇଁ ବିଜେପୁରରୁ ଲଢୁଛନ୍ତି

କଂଗ୍ରେସ: ରିପୁନାଥ ସେଠ୍
– ପୂର୍ବତନ ବିଧାୟକ
– ୧୯୯୫ରେ ଜିତି ମନ୍ତ୍ରୀ ହୋଇଥିଲେ
– ୧୯ ବର୍ଷ ପରେ କଂଗ୍ରେସ ଟିକେଟରୁ ଲଢୁଛନ୍ତି

ବିଜେପି: ସନତ ଗଡ଼ତିଆ
– ବିଜେଡିରୁ ବିଜେପିରେ ସାମିଲ
– ପ୍ରଥମଥର ପାଇଁ ବିଧାନସଭା ପ୍ରାର୍ଥୀ
– ବିଜେପୁରରେ ଜମିଦାର ଭାବେ ଜଣାଶୁଣା
– ୨୫୦ ଏକର ଜମିରେ ପୋଖରୀ ଖୋଳି ଜଳ ଯୋଗାଣ ବ୍ୟବସ୍ଥା କରି ଚର୍ଚ୍ଚିତ

ମୁହାଁମୁହିଁ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମଥର ପାଇଁ ବିଜେପୁରରୁ ଲଢୁଛନ୍ତି
– ଏକାସଙ୍ଗେ ହିଂଜିଳି ଏବଂ ବିଜେପୁରରୁ ଲଢୁଛନ୍ତି ନବୀନ ପଟନାୟକ
– ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ରିପୁନାଥ ସେଠ୍ଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ
– ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି ବିଜେପି ପ୍ରାର୍ଥୀ ସନତ ଗଉତିଆ

ବିଜେପୁର ବିଧାନସଭା ଆସନ
– ୧୯୬୧ରେ ଗଠନ ହୋଇଥିଲା ବିଜେପୁର ନିର୍ବାଚନମଣ୍ଡଳୀ
– ବରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
– କଂଗ୍ରେସର ଦବଦବା ରହିଛି
– ସ୍ୱର୍ଗତ ସୁବଳ ସାହୁ କଂଗ୍ରେସରୁ ୩ଥର ବିଧାୟକ
– ୨୦୧୪ ଉପନିର୍ବାଚନରେ ଜିତିଥିଲା ବିଜେଡି
– ସୁବଳ ସାହୁଙ୍କ ପତ୍ନୀ ରିତା ସାହୁଙ୍କୁ ପ୍ରାର୍ଥୀ କରି ବିଜେଡି ବିଜୟୀ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୭ ହଜାର ୦୫୫
– ମତ ଦେଇଥିଲେ – ୧ ଲକ୍ଷ ୬୫ ହଜାର ୭୪୭
– ଭୋଟଦାନ ହାର – ୮୦.୦୫%

୨୦୧୪ର ଫଳାଫଳ
ପ୍ରାର୍ଥୀ                             ଦଳ                   ଭୋଟ             ପ୍ରତିଶତ       ଫଳାଫଳ
ପ୍ରସନ୍ନ ଆଚାର୍ଯ୍ୟ                ବିଜେଡି              ୫୨,୮୩୨      ୩୧.୮୮%     ପରାସ୍ତ
ସୁବଳ ସାହୁ                     କଂଗ୍ରେସ            ୫୩,୨୯୦      ୩୨.୧୫%      ବିଜୟୀ
ଜୟଶଙ୍କର ପଟ୍ଟନାୟକ         ବିଜେପି             ୩୦,୦୦୧      ୧୮.୧୦%      ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ପ୍ରସନ୍ନ ଆଚାର୍ଯ୍ୟ
ଦଳ – ବିଜେଡି
ଭୋଟ – ୫୨,୮୩୨
ପ୍ରତିଶତ – ୩୧.୮୮%
ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଜୟଶଙ୍କର ପଟ୍ଟନାୟକ
ଦଳ – ବିଜେପି
ଭୋଟ – ୩୦,୦୦୧
ପ୍ରତିଶତ – ୧୮.୧୦%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ସୁବଳ ସାହୁ
ଦଳ – କଂଗ୍ରେସ
ଭୋଟ – ୫୩,୨୯୦
ପ୍ରତିଶତ – ୩୨.୧୫%
ଫଳାଫଳ – ବିଜୟୀ

କିଏ ମାରିଥିଲା ବାଜି?
– କଂଗ୍ରେସର ସୁବଳ ସାହୁ ନିର୍ବାଚନ ଜିତିଥିଲେ
– ୫୩ ହଜାର ୨୯୦ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେଡ଼ି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ
– ୪୫୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ସ୍ୱାଧୀନ ପ୍ରାର୍ଥୀ ଅଶୋକ କୁମାର ପାଣିଗ୍ରାହୀ ୧୮ ହଜାର ୨୩୨ ଭୋଟ୍ ପାଇଥିଲେ
– ୭ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୭ ହଜାର ୯୫୩
– ମତ ଦେଇଥିଲେ – ୧ ଲକ୍ଷ ୩୯ ହଜାର ୦୧୩
– ଭୋଟଦାନ ହାର – %

୨୦୦୯ର ଫଳାଫଳ
ପ୍ରାର୍ଥୀ                       ଦଳ                 ଭୋଟ                 ପ୍ରତିଶତ             ଫଳାଫଳ
ପ୍ରଭାତ ଆଦିତ୍ୟ ମିଶ୍ର      ବିଜେଡି          ୪୭,୮୯୩             ୩୪.୪୫%        ପରାସ୍ତ
ସୁବଳ ସାହୁ                କଂଗ୍ରେସ        ୫୬,୮୬୪              ୪୦.୯୧%        ବିଜୟୀ
ମହମ୍ମଦ ରଫିକ            ବିଜେପି        ୧୯,୪୯୩              ୧୪.୦୨%         ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ପ୍ରଭାତ ଆଦିତ୍ୟ ମିଶ୍ର
ଦଳ – ବିଜେଡି
ଭୋଟ – ୪୭,୮୯୩
ପ୍ରତିଶତ – ୩୪.୪୫%
ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ମହମ୍ମଦ ରଫିକ
ଦଳ – ବିଜେପି
ଭୋଟ – ୧୯,୪୯୩
ପ୍ରତିଶତ – ୧୪.୦୨%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସୁବଳ ସାହୁ
ଦଳ – କଂଗ୍ରେସ
ଭୋଟ – ୫୬,୮୬୪
ପ୍ରତିଶତ – ୪୦.୯୧%
ଫଳାଫଳ – ବିଜୟୀ

କିଏ ମାରିଥିଲା ବାଜି?
– କଂଗ୍ରେସର ସୁବଳ ସାହୁ ବିଜୟ ହାସଲ କରିଥିଲେ
– ୫୬ ହଜାର ୮୬୪ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେଡ଼ି ପ୍ରାର୍ଥୀ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ପରାସ୍ତ କରିଥିଲେ
– ୮ ହଜାର ୯୭୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ ବିଜେଡ଼ି ଓ ବିଜେପି ପ୍ରାର୍ଥୀ ବଦଳାଇଥିଲେ
– ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟ ନିର୍ବାଚନ ଲଢ଼ି ୪୫୮ ଭୋଟ୍ରେ ହାରିିଥିଲେ
– ବିଜେପିର ମହମ୍ମଦ ରଫିକଙ୍କ ବଦଳରେ ଜୟଶଙ୍କର ପଟ୍ଟନାୟକ ନିର୍ବାଚନ ଲଢ଼ିଥିଲେ
– ବିଧାୟକ ସୁବଳ ସାହୁଙ୍କୁ ପ୍ରାର୍ଥୀ କରି ପୁଣି ଜିତିଥିଲା କଂଗ୍ରେସ

Comments are closed.