ଫୋନି ଉଜାଡ଼ି ଦେଲା ୨୦ ଲକ୍ଷ ଗଛ, ପୁନରୁଦ୍ଧାର ପାଇଁ ଲାଗିବ ୨୦ ବର୍ଷ : ପୂର୍ବାବସ୍ଥାକୁ ଫେରାଇବା ପାଇଁ ଜୋରସୋରରେ ପ୍ରୟାସ ଚଳାଇଛନ୍ତି ସରକାର

140

କନକ ବ୍ୟୁରୋ : ବାତ୍ୟା ଫୋନିରେ ପ୍ରାୟ ୨୦ ଲକ୍ଷ ଗଛ ନଷ୍ଟ ହୋଇଛି । ଏହାକୁ ଭରଣା କରିବା ଲାଗି ଆହୁରି ପାଖାପାଖି ୨୦ ବର୍ଷ ଲାଗିବ । ତଥାପି ଫୋନିର ତାଣ୍ଡବରେ ନଷ୍ଟଭ୍ରଷ୍ଟ ହୋଇଥିବା ଗଛ ଗୁଡ଼ିକର ପୁରୁଦ୍ଧାର କରିହେବ କି ନାହଁ ସନ୍ଦେହ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ଫୋନିରେ ଅପୂରଣୀୟ କ୍ଷତି ହୋଇଛି । ବାଲୁଖଣ୍ଡ ଅଭୟାରଣ୍ୟ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ଅନେକ ସମୟ ଲାଗିଯିବ । କ୍ଷୟକ୍ଷତିକୁ ଭରଣା କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି ରାଜଧାନୀ ଓ ବିଭିନ୍ନ ଉପକୂଳିଆ ଅଂଚଳକୁ ପୁନରଦ୍ଧାର କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜର ବିଷୟ । ।

ଆଉ ଗୋଟିଏ ଗୁରୁତ୍ୱପୁର୍ଣ୍ଣ ଦିଗ ହେଲା ଯେଉଁ ଗଛ ଗୁଡ଼ିକ କମ କ୍ଷତିଗ୍ରସ୍ତ ହୋଇଛି, ତାହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ସରକାର ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି । ଅଧା ଉପୁଡ଼ିଥିବା ଗଛ ଗୁଡ଼ିକୁ କିପରି ସିଧା କରାଯିବ, ତା’ମୂଳରେ ମାଟି ଦିଆଯିବ ଏହାସହ ବର୍ଷା ଆସିବା ପର୍ଯ୍ୟନ୍ତ ପାଣି ଦେବାର ବ୍ୟବସ୍ଥା କରାଯିବ । କେବଳ ସରକାରୀ ଜମିରେ ନୁହେଁ ବେସରକରୀ ଜମିରେ ଥିବା ସମସ୍ତ ଗଛ ଗୁଡ଼ିକର ପୁନରୁଦ୍ଧାର ପାଇଁ ମଧ୍ୟ ସମସ୍ତ ପ୍ରକାର ସରକାରୀ ଅଧିକାରୀଙ୍କୁ କୁହାଯାଇଛି ।

ଫୋନି ନେଇ ଜଙ୍ଗଲ ବିଭାଗର ସମୀକ୍ଷା ପରେ ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ସେ କହିଛନ୍ତି, ଏହାକୁ ଶୀଘ୍ର ଠିକ କରିବାକୁ ଉଦ୍ୟମ ହେବ । ଯେଉଁ ଗଛଗୁଡିକ ଭାଙ୍ଗିଯାଇଛି ତାର ପୁନଃରୁଦ୍ଧାର କରାଯିବ । ଏ ନେଇ ଆଲୋଚନା ହୋଇଛି । । ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଜଙ୍ଗଲ ମନ୍ତ୍ରୀ