ପ୍ରବାସୀ ଓଡିଆଙ୍କ ଘର ବାହୁଡାକୁ ନେଇ ମତ ରଖିଲେ ବିଜେପି ନେତା : ଜୀବିକାକୁ ନେଇ ଭୟଙ୍କର ସ୍ଥିତି ସୃଷ୍ଟି ହେବ ବୋଲି କହିଲେ ବିଜୟ ମହାପାତ୍ର, ସେପଟେ ପରିବହନ ମନ୍ତ୍ରୀ କହିଲେ କାମ ଯୋଗାଇବାରେ ହେବନି କୌଣସି ଅସୁବିଧା

786

କନକ ବ୍ୟୁରୋ : ପ୍ରବାସୀ ଓଡିଆଙ୍କ ଆଗମନକୁ ନେଇ ବିଜେପି ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଗକୁ ସମସ୍ୟା ଭୟଙ୍କର ହେବ । ଓଡିଶା ଆସିବା ପରେ ସେମାନଙ୍କ ଜୀବିକା ପାଇଁ ଯୋଜନା ହେଉ ବୋଲି କହିଛନ୍ତି ବିଜୟ । ଅର୍ଥନୀତି ଚଳଚଞ୍ଚଳ ନହେଲେ ସ୍ଥିତି ଗମ୍ଭୀର ହେବ । ତେଣୁ ୩୦ରୁ ୪୦ ପ୍ରତିଶତ ଅର୍ଥନୈତିକ କାମ ଆରମ୍ଭ କରିବାକୁ ବିଜୟ ଦାବି କରିଛନ୍ତି ।

ସେପଟେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଯେଉଁ ଲୋକେ ବାହାର ରାଜ୍ୟରୁ ଆସୁଛନ୍ତି, ସେମାନଙ୍କ ପାଇଁ କ୍ୱାରେଂଟାଇନ ସେଂଟର କରାଯାଇଛି । ବିଭିନ୍ନ ସ୍କୁଲ , ପଂଚାୟତ ଘରେ ବ୍ୟାପକ ପ୍ରସ୍ତୁତି ହୋଇଛି । କାମ ଯୋଗାଇବାରେ କୌଣସି ଅସୁବିଧା ହେବନି । ଲୋକେ ଫେରିବା ପାଇଁ ବ୍ୟସ୍ତ ହେଉଛନ୍ତି । ଲକ ଡାଉନ ପରେ ସରକାର ବ୍ୟବସ୍ଥା କରିବେ । ଏବେ କିଛି ହୋଇନି । ରେଜିଷ୍ଟ୍ରେସନ ପରେ ଜଣାପଡିବ କେତେ କେଉଁ ରାଜ୍ୟରେ ଅଛନ୍ତି ।