ଇସ୍ତଫା ପତ୍ରରେ କ’ଣ ଲେଖିଲେ ବିଜୟ ମହାପାତ୍ର ?

1,454

କନକ ବ୍ୟୁରୋ : ବିଜେପି ଆଜି ଦୁଇ ତୁଙ୍ଗ ନେତାଙ୍କୁ ହରାଇଛି । ଗୋଟିଏ ଦିନରେ ଦଳ ଛାଡ଼ିଛନ୍ତି ବିଜେପିର ଦୁଇ ହେଭିୱେଟ୍ ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର  । ଅମିତ ଶାହଙ୍କୁ ମିଳିତ ଇସ୍ତଫା ପତ୍ର ପଠାଇଛନ୍ତି ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର । ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପି ପାଇଁ ଏ ଖବର ବିଲକୁଲ ଶୁଭଙ୍କର ନୁହେଁ ।  ଇସ୍ତଫା ଦେବାପରେ ବିଜୟ କହିଛନ୍ତି, ରାଜ୍ୟ ସ୍ୱାର୍ଥ ପାଇଁ ବିଜେପିର ଆନ୍ତରିକତା ନାହିଁ । ବହୁ ତରବରିଆ ଭାବେ ବିଜେପିରେ ଯୋଗଦେଇଥିବା ସେ ପ୍ରକାଶ କରିଛନ୍ତି । ତେବେ ଏନେଇ ଅନ୍ୟ କୌଣସି ଦଳ ସହ ଆଲୋଚନା ହୋଇନି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

ଇସ୍ତଫା ପତ୍ରରେ କ’ଣ ଲେଖିଲେ ?

ତେବେ ବିଜୟ ମାହାପାତ୍ର ଇସ୍ତଫା ପତ୍ରରେ ରାଜ୍ୟ ସ୍ୱାର୍ଥ ସମ୍ମଳିତ ପ୍ରସଙ୍ଗ ବିଷୟରେ ଉଲ୍ଲେଖ କରିଛନ୍ତି  । ମହାନଦୀ ସମସ୍ୟାର ସମାଧାନ, ବାହ୍ମାଣୀ ଦ୍ୱିତୀୟ ସେତୁ କାମ ହେଲାନାହିଁ ବୋଲି ଇସ୍ତଫାପତ୍ରରେ ଦର୍ଶାଇଛନ୍ତି  । ଆଉଓସିଏଲରେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତ ମିଳିଲା ନାହିଁ  । ନିର୍ବାଚନ ମଣ୍ଡଳୀରେ ଆମ ବିରୋଧରେ ଦଳ ଭୁଲ ଧାରଣା ସୃଷ୍ଟି କଲା । ଦଳରେ ଅଦରକାରୀ ହେବାକୁ ଚାହୁଁନଥିବା ମଧ୍ୟ ପ୍ରକାଶ କରିଛନ୍ତି ବିଜୟ । ଦଳରେ ଯେଉଁମାନଙ୍କର ଅସ୍ଥିତ୍ୱ ନାହିଁ ସେମାନେ ବଡ଼ ଏବେ ବଡ଼ କଥା କହୁଛନ୍ତି ।

bijaya mohapatra

ଏହା ବ୍ୟତୀତ ସେ ପତ୍ରରେ ଲେଖିଛନ୍ତି କୌଣସି ପଦପଦବୀ, କ୍ଷମତା ପାଇଁ ସାଲିସ କରିବୁନି । ଦଳ ଅପେକ୍ଷା ଆମ ପାଇଁ ଆତ୍ମସମ୍ମାନ ଓ ରାଜ୍ୟ ସ୍ୱାର୍ଥ ଅଧିକ ଗରୁତ୍ୱପୂର୍ଣ୍ଣ । ବିଜେପୁର ଉପନର୍ବାଚନରେ ବଡ଼ ବ୍ୟବଧାନରେ ହାରିବା ଅଧିକ ବାଧିଥିଲା ବୋଲି ଇସ୍ତଫା ପତ୍ରରେ ପ୍ରକାଶ କରିଛନ୍ତି ବିଜୟ । ପଞ୍ଚାୟତ ସ୍ତରରେ ସମସ୍ତ ଉପନିର୍ବାଚନରେ ଦଳ ହାରିଲା ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ତେଣୁ ଏପରି ସ୍ଥଳେ ଦଳରେ ରହି କାର୍ଯ୍ୟ କରିବା ସମ୍ଭବ ନ ହେବାରୁ ସେ ଦଳରୁ ଇସ୍ତଫା ଦେଉଥିବା କହିଛନ୍ତି । ପୂର୍ବରୁ ଏ ନେଇ ବିଭିନ୍ନ ସମୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ବରିଷ୍ଠ ବିଜେପି ନେତାମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ତାଙ୍କୁ ସୁଫଳ ନ ମିଳିବାରୁ ସେ ଇସ୍ତଫା ଦେଲେ ବୋଲି ବିଜୟ ମହାପାତ୍ର ଘୋଷଣା କରିଛନ୍ତିି ।