ଗଞ୍ଜାମରେ ସମସ୍ତ ଲୋକଙ୍କର ହେବ ସ୍ଥାସ୍ଥ୍ୟ ପରୀକ୍ଷା : ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ନେଇ ଜିଲ୍ଲାପାଳଙ୍କ ସୂଚନା, ଜିଲ୍ଳାକୁ ବିଦେଶରୁ ଫେରିଛନ୍ତି ୭୩୦ ଓଡିଆ

536

କନକ ବ୍ୟୁରୋ : ଗଞ୍ଜାମରେ ସବୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଡାକ୍ତର । ସମସ୍ତଙ୍କର ସ୍କ୍ରିନିଂ କରାଯିବ । କରୋନାର କୌଣସି ଲକ୍ଷଣ ଅଛି କି ନାହିଁ ପରୀକ୍ଷା କରାଯିବ । ସାମାଜିକ ଦୂରତ୍ୱକୁ ନଜରରେ ରଖି ଏହି ସବୁ କାମ କରାଯିବ । ୩ ଦିନ ପାଇଁ ମେଗା ସ୍ୱାସ୍ଥ୍ୟ ଶିବିର ହେବ । ଥଣ୍ଡା, କାଶ କି ସଂକ୍ରମଣ ଆଶଙ୍କା ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ, ଅଙ୍ଗନବାଡି କର୍ମୀ ଏଥିରେ ସାମିଲ ହେବେ । ୫ ଜଣଙ୍କୁ ନେଇ ଗୋଟିଏ ଗୋଟିଏ ଟିମ ଗଠନ ହେବ । ଏହାକୁ ଜଣେ ସୁପରଭାଇଜ କରିବେ । ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏନେଇ ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ଗଞ୍ଜାମ ଜିଲ୍ଳାକୁ ଏହାରି ଭିତରେ ବିଦେଶରୁ ଫେରିଛନ୍ତି ୭୩୦ ଓଡିଆ । ଏବଂ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଦାଦନ ଫେରିଛନ୍ତି । ଏହା ସହିତ ଜିଲ୍ଲା ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଲୋକ ଫେରିଛନ୍ତି । ଯାହାକୁ ନେଇ ଚିନ୍ତାରେ ଅଛି ପ୍ରଶାସନ । ତେଣୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଜିଲ୍ଳା ପ୍ରଶାସନ ନିଷ୍ପତ୍ତିି ନେଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଏପରି ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ରାଜ୍ୟ ବାହାରୁ ଫେରିଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଏପରି ବ୍ୟକ୍ତିଙ୍କୁ ଚିହ୍ନଟ କରି ତୁରନ୍ତ ସଙ୍ଗରୋଧରେ ରଖିବା ପାଇଁ କହିଥିଲେ । ବାହାରେ ବୁଲାବୁଲି ନ କରି ଘରେ ହିଁ ରହିବାକୁ ପରାମର୍ଶ ଦେଇଥିଲେ ।