କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ରୂପ ଧାରଣ କଲାଣି । ଜିଲ୍ଲା ପ୍ରଶାସନ ଲକ୍ଡାଉନ୍, ସଟ୍ଡାଉନ୍ ଠାରୁ ଆରମ୍ଭ କରି ଯେତେ କଟକଣା କଲେ ବି ସ୍ଥିତି ଆୟତ୍ତକୁ ଆସୁନାହିଁ। ବରଂ ସଂକ୍ରମିତଙ୍କ ସଂଖ୍ୟା କେଉଁଦିନ ୨ଶହ ଟପିଲାଣି ତ ଆଉ କେଉଁଦିନ ତିନିଶହ। ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନର ନିୟମକୁ ଶତ ପ୍ରତିଶତ ପାଳନ ଯେଭଳି ଏକ ସମସ୍ୟା ହୋଇଛି, ଚିକିତ୍ସା, ପରୀକ୍ଷା ମଧ୍ୟ ସେଭଳି ଏକ ସଙ୍ଗିନ୍ ସମସ୍ୟା ଭାବେ ଉଭା ହେଲାଣି। ଏଭଳିସ୍ଥିତିରେ ଆଜି ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଗଞ୍ଜାମ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
ଗତକାଲି ଏକାଥରକେ ୫ ଓଏଏସ୍ ଅଫିସରଙ୍କ ସମେତ ୪୭ ଓଆର୍ଏସ୍, ୩୩ ଏଲୋପ୍ୟାଥିକ୍ ଡାକ୍ତର, ୧୦୦ ଆୟୁଷ ଡାକ୍ତରଙ୍କ ବ୍ୟତୀତ ୩୩ ଟେକ୍ନିସିଆନଙ୍କୁ ଗଞ୍ଜାମକୁ ପଠାଯାଇଛି। ସେହିଭଳି ଆଡଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସକୁ ପୁରୀରୁ ଗଞ୍ଜାମ ସ୍ଥାନାନ୍ତର ଲାଗି ନିଷ୍ପତ୍ତି ହୋଇଛି। ଏମିତି ଆଜି ଗୋଟିଏ ଦିନରେ ମୋଟ ୨୧୮ ଡାକ୍ତର ଓ ଅଫିସରଙ୍କୁ ଗଞ୍ଜାମ ପଠାଯାଇଛି। କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ବଲାଙ୍ଗୀରରେ କାର୍ଯ୍ୟରତ ଆୟୁଷ ଡାକ୍ତର ଗଞ୍ଜାମ ଜିଲ୍ଲାକୁ ଯିବା ପାଇଁ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୦୦ଜଣ ଆୟୁଷ ଡାକ୍ତର ନିୟୋଜିତ ହୋଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/corona-4-750x430.jpg)