ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ରଥଯାତ୍ରା ସମ୍ପର୍କରେ ଆସିପାରେ ବଡ଼ ନିଷ୍ପତ୍ତି

242

କନକ ବ୍ୟୁରୋ : ରଥଯାତ୍ରାର ଆୟୋଜନ ସମ୍ପର୍କରେ ଆଜିି ଆସିପାରେ ଏକ ବଡ଼ ନିଷ୍ପତ୍ତି । ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସୁଥିବା ବେଳେ ଗତକାଲି ପୁରୀ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜଙ୍କୁ ଭେଟି ଆଲୋଚାନା କରିଛନ୍ତି ମୁଖ୍ୟ ପ୍ରଶାସକ । ଗତକାଲି ସନ୍ଧ୍ୟାରେ ପୁରୀ ଗଜପତିଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏହା ପୂର୍ବରୁ ଦିନରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ମଧ୍ୟ ସେ ଆଲୋଚନା କରିଥିଲେ । ଉଭୟଙ୍କ ମଧ୍ୟରେ ଢେର୍ ସମୟ ଧରି ଆଲୋଚନା ହୋଇଥିଲା। ଗଜପତି କଣ ମତ ରଖିଲେ, ଏ ସଂପର୍କରେ ମଧ୍ୟ ସରକାରୀ ଭାବେ କିଛି କୁହାଯାଇନାହିଁ।

ଆଉ ଏହାରି ଭିତରେ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । କରୋନା କଟକଣା ଭିତରେ କେମିତି ହେବ ମହାପ୍ରଭୁଙ୍କ ରଥଯାତ୍ରା ଏବଂ ଚନ୍ଦନ ଯାତ୍ରା ନେଇ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି । ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ ପରିଚାଳନା କମିଟି ବୈଠକ ହେବ । ରଥଯାତ୍ରା ହେବ କି ନାହିଁ, ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେବା ପୂର୍ବରୁ ବିଭିନ୍ନ ବର୍ଗ ସହିତ ଆଲୋଚନା କରିବେ ସରକାର । ଆସନ୍ତା ଦୁଇ ତିନି ମଧ୍ୟରେ ଏ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବା ସମ୍ଭାବନା ଅଧିକ ବୋଲି ସୂଚନା ମିଳୁଛି।