ଗେରୁଆ ଶିବିରରେ ଅଭିନେତ୍ରୀ ! ପଦ୍ମ ଧରିଲେ ବିଦୁସ୍ମିତା

ଗେରୁଆ ଶିବିରରେ ଅଭିନେତ୍ରୀ ! ପଦ୍ମ ଧରିଲେ ବିଦୁସ୍ମିତା

କନକ ବ୍ୟୁରୋ : ରାଜନୀତିରେ ଅଭିନେତ୍ରୀ । ଓଡିଶା ରାଜନୀତିରେ ଧିରେ ଧିରେ ସିନେମା ଅଭିନେତା ଓ ଅଭିନେତ୍ରୀଙ୍କ ଚାହିଦା ବଢୁଛି । ହାତଗଣତି କିଛି ନେତାଙ୍କୁ ଛାଡି ଦେଲେ ଗାଁ ଗହଳିରେ ଏବେ ଖଦି ପିନ୍ଧା କି ଧୋତି ପିନ୍ଧା ନେତାଙ୍କ ଚାହିଦା ନାହିଁ । ଧିରେ ଧିରେ ଚଳଚ୍ଚିତ୍ର ଅଭିନେତାମାନେ ନେତାମାନଙ୍କର ସ୍ଥାନ ଅକ୍ତିଆର କରିଲେଣି ।

ପ୍ରାୟ ପ୍ରତି ଦଳରେ ପୁରୁଣା ନେତା ବାହାରୁଥିବା ବେଳେ କିଛି ନୂଆ ମୁହଁ ରାଜନୀତିରେ ସାମିଲ ହେଉଥିବା ଦେଖା ଯାଉଛି । ଏହି କ୍ରମରେ ଆଜି ବିଜେପିରେ ଯୋଗ ଦେଇଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶୀର୍ଷ ନେତୃବୃନ୍ଦଙ୍କ ଗହଣରେ ବିଜେପିରେ ସାମିଲ ହେଲେ ବିଦୁସ୍ମିତା । ବିଦୁସ୍ମିତାଙ୍କ ପତି ଅନନ୍ତ ଦାସ ବଲାଙ୍ଗୀର ବିଧାନସଭାରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବୋଲି ଶୁଣିବା ପାଇଁ ମିଳୁଛି ।

ସୂଚନାଯୋଗ୍ୟ ଚଳଚ୍ଚିତ୍ର ଜଗତର ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ପ୍ରଶାନ୍ତ ନନ୍ଦ, ମୁନ୍ନା ଖାଁ, ଅରିନ୍ଦମ ରାୟ, କୁନା ତ୍ରପାଠୀ, ଉତ୍ତମ ମହାନ୍ତି, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ମିହିର ଦାସ, ଅନୁ ଚୌଧୁରୀ, ମନ୍ମଥ ମିଶ୍ର, ଅପରାଜିତା ମହାନ୍ତି ଆଦି ରାଜନୀତିରେ ସକ୍ରିୟ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe