ଭୂଟାନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି : ଫଳାଫଳ ଉପରେ ଭାରତ ଓ ଚୀନର ତୀକ୍ଷ୍ଣ ନଜର

39

କନକ ବ୍ୟୁରୋ : ଭାରତର ପଡୋଶୀ ଭୂଟାନରେ ଏବେ ନିର୍ବାଚନୀ ଋତୁ । ଆଜି ଭୂଟାନରେ ଦ୍ୱିତୀୟ ପର୍ଯ୍ୟାୟ ମତ ଦାନ ଜାରି ରହିଛି । ଅନ୍ୟ ଦେଶ ଭଳି ଏଠାରେ ମଧ୍ୟ ଆର୍ଥିକ ବିକାଶ, ଦୁର୍ନୀତି, ଭ୍ରଷ୍ଟାଚାର ମୂଳୋତ୍ପାଟନ, ରୋଜଗାର ସମସ୍ୟା ଆଦି ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ରାଜତନ୍ତ୍ର ଶେଷ ହେବା ପରେ ଏହା ନେପାଳର ତୃତୀୟ ସାଧାରଣ ନିର୍ବାଚନ । ତେଣୁ ଲୋକତନ୍ତ୍ରରେ ନିର୍ବାଚିତ ଭୂଟାନ ନୂଆ ସରକାର ଆଗାମୀ ବିଦେଶ ରଣନୀତି ନିର୍ଦ୍ଧାରଣ କରିବେ । ଏପଟେ ଡୋକାଲାମ ସ୍ଥିତିକୁ ନେଇ ଚୀନ ଭାରତ୧ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ତେଣୁ ଭୂଟାନର ଆଗାମୀ ଆଭିମୁଖ୍ୟ ଭାରତର ସାମରିକ ରଣନୀତି ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ।

ଏପରି ଘଡିସନ୍ଧି ମୁହୂର୍ତରେ ଭୂଟାନରେ ଚାଲିଥିବା ସାଧାରଣ ନିର୍ବାଚନ ଉପରେ ଭାରତ ଓ ଚୀନର ତୀକ୍ଷଣ ନଜର ରହିଛି । ଭୂଟାନର ନୂଆ ସରକାର ଚୀନ ପଟଳୁ ଢଳିବେ ନା ଭାରତ ସହ ସୁସଂପର୍କ ରଖିବେ ତା ମଧ୍ୟ ନୂଆ ଦିଲ୍ଲୀ ପାଇଁ ବଡ ଚାଲେଞ୍ଜ । ଗତ ସେପ୍ଟେମ୍ବର ୧୫ରେ ପ୍ରଥମ ଚରଣ ମତଦାନ ହୋଇଥିବା ବେଳେ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ । ସେପଟେ ନେପାଳ-ଚୀନ ମଧ୍ୟରେ ନିକଟତା ବଢିିଛି । ଆଉ ଏପଟେ ଭୂଟାନରେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ପଛେଇବା ଭାରତ ପାଇଁ ଶୁଭ ସଙ୍କେତ ନୁହେଁ । ପିଡିପିର ମୁଖ୍ୟ ତଥା ବର୍ତମାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବଗେ ଭାରତ ପ୍ରତି ଉଦାର ବୋଲି ଜଣାଶୁଣା । ହେଲେ ପ୍ରଥମ ପର୍ଯ୍ୟାୟ ଭୋଟରେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିକୁ ପଛରେ ପକାଇ ଡିଏନଟି ଓ ଡିପିଟି ରାଜନୈତିକ ଦଳକୁ ବିପୁଳ ଜନସମର୍ଥ ମିଳିବା ନୂଆ ଦିଲ୍ଲୀର ଚିନ୍ତା ବଢାଇ ଦେଇଛି ।