ଓଡିଶାରେ ରେକର୍ଡ କଲା ଭୁବନେଶ୍ୱର ଆରଟିଓ ୨  : ମାତ୍ର ୧୮ ଦିନରେ ପ୍ରଦାନ କଲାଣି ୫ ହଜାର ଲର୍ଣ୍ଣିଂ ଲାଇସେନ୍ସ

1,023

କନକ ବ୍ୟୁରୋ : ଆରଟିଓ ଅଫିସ୍ରେ ଏବେ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଲମ୍ବା ଧାଡ଼ି ଲାଗୁଛି । ଲାଇସେନ୍ସ ଠାରୁ ଆରମ୍ଭ କରି ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ରିନୁଆଲ୍ ଭଳି କାମ ପାଇଁ ଲମ୍ବା ଲାଇନ୍ରେ ଠିଆ ହେଉଛନ୍ତି ଆବେଦନକାରୀ । ଭୁବନେଶ୍ୱର ଆରଟିଓ ଅଫିସ ସାମନା ରାସ୍ତାରେ ଲାଗିଛି ଶହ ଶହ କାର୍ ଓ ବାଇକର ଲାଇନ୍ । କାଉଂଟରରେ ସରକାରୀ ଫି ଡିପୋଜିଟ୍ ପାଇଁ ବି ଖଚାଖଚ ଭିଡ଼ ।  ଭିଡ଼ କମାଇବା ପାଇଁ ଅନଲାଇନ୍ରେ ଫର୍ମ ଭରିବା ପାଇଁ ସରକାର ବିଜ୍ଞାପନ ଦେଇଛନ୍ତି । ତେବେ ଏସବୁ ଭିତରେ ରାଜ୍ୟରେ ରେକର୍ଡ଼ କରିଛି ଭୁବନେଶ୍ୱର ଆରଟିଓ ୨   । 

ଡ୍ରାଇଭିଂ ଲର୍ଣ୍ଣିଂ ଲାଇସନ୍ସ ପ୍ରଦାନ କ୍ଷେତ୍ରରେ ରାଜ୍ୟରେ ରେକର୍ଡ କରିଛି ଓଡିଶାର  ଭୁବନେଶ୍ୱର ଆରଟିଓ ୨ ଅଫିସ୍ । ଦେଶରେ ମୋଟର ଯାନ ଆଇନ କଡାକଡି ଭାବେ ସେପ୍ଟେମ୍ୱର ୧ ତାରିଖରୁ ଲାଗୁ ହେବା ପରେ ଆରଟିଓ ଅଫିସ ଆଗରେ ଲାଗିଥିଲା ପ୍ରବଳ ଭିଡ । ତେବେ ଏହାରି ଭିତରେ ଭୁବନେଶ୍ୱର ଆରଟିଓ ଟୁ ଅଫିସ ନାଁରେ ଏକ ରେକର୍ଡ ଯୋଡି ହୋଇଯାଇଛି । ମାତ୍ର ୧୮ ଦିନରେ ଭୁବନେଶ୍ୱର ଆରଟିଓ ଟୁ ପ୍ରଦାନ କରିସାରି ଲାଣି ୫ ହଜାର ଲର୍ଣ୍ଣିଂ ଲାଇସନ୍ସ । ଏପରି କରିବା ଫଳରେ ରାଜ୍ୟରେ ଥିବା ବାକି ୩୭ ଟି ଆରଟିଓ ଅଫିସକୁ ପଛରେ ପକାଇଛି ଭୁବନେଶ୍ୱର ଆରଟିଓ ଟୁ  ।