ଡିଜିଟାଲ ପ୍ଲାଟଫର୍ମ‌ରେ ରାଜଧାନୀର ପାର୍କ, ବଜାର, ଐତିହ୍ୟ କ୍ଷେତ୍ର : ମୋବାଇଲ୍‌ ଆପ୍‌ ସାହାଯ୍ୟରେ ପାଇପାରିବେ ସମସ୍ତ ତଥ୍ୟ

120

କନକ ବ୍ୟୁରୋ : ଭୁବନେଶ୍ବରରେ ଥିବା ପାର୍କ ଓ ସାଧାରଣ ଖୋଲା ସ୍ଥାନରେ ବୁଲିବା ପାଇଁ ଆଉ ଖୋଜାଖୋଜି କରିବାକୁ ପଡ଼ିବ ନାହିଁ । ସହରବାସୀ ତଥା ପର୍ଯ୍ୟଟକଙ୍କ ସୁବିଧା ପାଇଁ ମୋବାଇଲ୍‌ ଆପ୍‌ ଆରମ୍ଭ ହେବାକୁ ଯାଉଛି । ପ୍ରସ୍ତୁତି ପଥରେ ଥିବା ଏହି ଆପ୍‌/ଡିଜିଟାଲ ପ୍ଲାଟଫର୍ମ‌ରେ ଜଣେ ଅତିଥି/ସହରବାସୀ ପାର୍କର ଅବସ୍ଥିତି ବିଷୟରେ ସୂଚନା ପାଇବା ସହ ସବୁଜବଳୟରେ ଥିବା ଖୋଲା ସ୍ଥାନର ମୌଳିକ ସୁବିଧା ବିଷୟରେ ଜାଣିପାରିବେ । ଏହି ଅଭିନବ ପରିକଳ୍ପନାକୁ ବାସ୍ତବତାର ରୂପ ଦେବା ପାଇଁ ଏକ ଟିମ୍‌ ଦିନରାତି କାମ କରୁଛନ୍ତି। ଭୁବନେଶ୍ବରରେ ରହିବା ସମୟରେ ସହରର ମୁଖ୍ୟ ପାର୍କ, ଖୋଲା ସ୍ଥାନ ଆଦିକୁ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି ।

ଏହି ପ୍ରଥମ ପରୀକ୍ଷାମୂଳକ ପଦକ୍ଷେପ ସ୍ମାର୍ଟ ସିଟି ମିସନ୍‌ ପକ୍ଷରୁ ବାସ୍ତବ ରୂପ ଦିଆଯାଉଛି । ପ୍ରସ୍ତାବିତ ଆପ୍‌ରେ ଜଣେ ବ୍ୟବହାରକାରୀ ପାର୍କ, ବଜାର, ଐତିହ୍ୟ କ୍ଷେତ୍ର ଓ ପାଖରେ ଥିବା ଜଳାଶ୍ରୟ, ଜଳାଧାର, ପରିବହନ ପାଇଁ ବ୍ୟବହୃତ ସ୍ଥାନ ଓ ରାସ୍ତାଗୁଡ଼ିକ ସମ୍ପର୍କରେ ତଥ୍ୟ ଦେବା ସହ ନିଜ ଆଡ଼ୁ ସେହି ସ୍ଥାନ ସମ୍ପର୍କରେ ମତାମତ ଦେଇପାରିବାର ବ୍ୟବସ୍ଥା ରହିବ ।