ଅନନ୍ତ ନାରାୟଣ ଜେନାଙ୍କ ବିବାଦୀୟ ସିଡି ପ୍ରସଙ୍ଗ ! ମେୟରଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ

Advertisment
ଅନନ୍ତ ନାରାୟଣ ଜେନାଙ୍କ ବିବାଦୀୟ ସିଡି ପ୍ରସଙ୍ଗ !  ମେୟରଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ

କନକ ବ୍ୟୁରୋ : ମେୟର ଅନନ୍ତ ନାରାୟଣ ଜେନାଙ୍କୁ ନେଇ ବିବାଦୀୟ ସିଡି ପ୍ରସଙ୍ଗ ଥମିବାର ନା ଧରୁନି । କିଛି ଦିନର ନୀରବତା ପରେ ପୁଣି ଥରେ ମେୟରଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ନିଆଖୁଂଟା ଡଟ କମର ସମ୍ପାଦକ ପ୍ରଦୀପ ପାଣ୍ଡେ କରିଥିବା ସାମ୍ବାଦିକ ସମ୍ମିଳନୀର ଦିନକ ପରେ ମେୟରଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ ।

ତାହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛି ଛାତ୍ର କଂଗ୍ରେସ । ଆଜି ଛାତ୍ର କଂଗ୍ରେସର ଶତାଧିକ କର୍ମୀ ବାଣୀବିହାରରୁ ବାଇକ ରାଲିରେ ମାଷ୍ଟରକ୍ୟାଂଟିନ ପର୍ୟ୍ୟନ୍ତ ଆସି ସେଠାରେ ରାସ୍ତାରୋକ କରିଥିଲେ । ମୁଖ୍ୟମନ୍ତ୍ରୀ କାହିଁକି ମେୟରଙ୍କୁ ଘଂଟ ଘୋଡାଉଛନ୍ତି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe