କନକ ବ୍ୟୁରୋ : ମେୟର ଅନନ୍ତ ନାରାୟଣ ଜେନାଙ୍କୁ ନେଇ ବିବାଦୀୟ ସିଡି ପ୍ରସଙ୍ଗ ଥମିବାର ନା ଧରୁନି । କିଛି ଦିନର ନୀରବତା ପରେ ପୁଣି ଥରେ ମେୟରଙ୍କ ଇସ୍ତଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ନିଆଖୁଂଟା ଡଟ କମର ସମ୍ପାଦକ ପ୍ରଦୀପ ପାଣ୍ଡେ କରିଥିବା ସାମ୍ବାଦିକ ସମ୍ମିଳନୀର ଦିନକ ପରେ ମେୟରଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ ।
ତାହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛି ଛାତ୍ର କଂଗ୍ରେସ । ଆଜି ଛାତ୍ର କଂଗ୍ରେସର ଶତାଧିକ କର୍ମୀ ବାଣୀବିହାରରୁ ବାଇକ ରାଲିରେ ମାଷ୍ଟରକ୍ୟାଂଟିନ ପର୍ୟ୍ୟନ୍ତ ଆସି ସେଠାରେ ରାସ୍ତାରୋକ କରିଥିଲେ । ମୁଖ୍ୟମନ୍ତ୍ରୀ କାହିଁକି ମେୟରଙ୍କୁ ଘଂଟ ଘୋଡାଉଛନ୍ତି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-03-07h45m22s197.png)