ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଲୁଟ୍ : ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ, ଶୈଳଶ୍ରୀ ବିହାରରୁ କାର, ବାଇକ ସହ ଅଳଙ୍କାର ଚୋରି

35

କନକ ବ୍ୟୁରୋ : ଘର ଲୋକେ ଟଙ୍କା ସୁନା ରଖିଥିଲେ ଝିଅ ବାହାଘର ପାଇଁ । କିନ୍ତୁ ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ । ଏହି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀ ବିହାର ଅଂଚଳରେ । ୧୦ ଭରି ସୁନା ଅଳଙ୍କାର ସହ ବହୁ ମୁଲ୍ୟବାନ ସାମଗ୍ରୀ ଲୁଟ କରିଛନ୍ତି ଲୁଟେରା ଗ୍ୟାଙ୍ଗ । ପୋଲିସ ସିଟିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରୁଛି ।

loot in udala

ପୁରା ଫିଲ୍ମ ଷ୍ଟାଇଲରେ ଘର ଭିତରେ ପଶି କଳାକନା ବୁଲାଇଲେ ଦୁର୍ବୃତ । ପାଖାପାଖି ୨ଦିନ ଧରି ଘର ଭିତରେ ନାଇଟ ଅପରେସନ । ଆଉ ବଡିଭୋରରୁ ପାର୍କିଂରେ ଥିବା କାର ଓ ସ୍କୁଟି ନେଇ ଫେରାର ହୋଇଯାଇଛନ୍ତି ଲୁଟିଆ । ଘର ଭିତରେ ଅପରେସନ ସରିବା ପରେ ଦୁର୍ବୃତମାନେ କାର ନେଇ କିପରି ଫେରାର ହୋଇଗଲେ । ଘରେ ଥିବା ୧୦ ଭରି ସୁନା ଅଳଙ୍କାର, ଏଲଇଡି ଟିଭି, ସାଉଂଡ ସିଷ୍ଟମ, ଗ୍ୟାସ ଷ୍ଟୋଭ, କସମେଟିକ୍ସ, ଦାମି ପୋଷାକ ଆଦି ଲୁଟ କରିଛନ୍ତି । ଲୁଟ କରିବା ପରେ ଫ୍ରିଜରେ ଥିବା ଖାଦ୍ୟକୁ ମଧ୍ୟ ଖାଇଥିଲେ ଦୁର୍ବୃତ ।

loot and death
image courtesy-http://moziru.com/image

ଶୈଳଶ୍ରୀ ବିହାରର ଜିଏ -୫୧୫ । ଏହି ଘର ଉପରେ ନଜର ରଖିଥିଲେ ଲୁଟେରା । ରେକି ସମୟରେ ଜାଣିବାକୁ ପାଇଥିଲେ ଘରେ କେହି ନାହାନ୍ତି । ବାସ ଏତିକି ଯଥେଷ୍ଟ ଥିଲା ମାଷ୍ଟର ପ୍ଲାନକୁ କାର୍ଯ୍ୟକାରୀ କରିବା ପାଇଁ । ସବୁ କିଛି ହୋଇଥିଲା ପ୍ଲାନ ମୁତାବକ । ଗତ ୫ ତାରିଖ ଠାରୁ ନିଜ ପରିବାର ସହ ବାହାରକୁ ବୁଲିବାକୁ ଯାଇଥିଲେ ସନ୍ତୋଷ ବେହେରା । ଆଉ ଫେରି ଦେଖିଲା ବେଳକୁ ସବୁ ଗାୟବ । ଘରର କବାଟ ତାଡି ବେଡରୁମରେ ପଶିଥିଲେ ଲୁଟେରା । ସବୁ କିଛି ଲୁଟି ନେଇ ଫେରାର ହୋଇଯାଇଥିଲେ ।