କନକ ବ୍ୟୁରୋ : ଭୁବନେଶ୍ବରର ରାଜନୈତିକ ଉଷ୍ମତାକୁ ବଳିଯାଇଛି ସୂର୍ଯ୍ୟଙ୍କ ତାତି । ଦିନ ୧୦ଟା ବେଳକୁ ତତଲା ସହରରେ ପରିଣତ ହେଉଛି ସମ୍ପୂର୍ଣ୍ଣ ରାଜଧାନୀ । ରାସ୍ତାଘାଟ ଶୂନ୍ଶାନ୍ । ଘରୁ ବାହାରିବା ଲୋକଙ୍କ ପକ୍ଷେ ମୁସ୍କିଲ୍ ହୋଇପଡ଼ୁଛି । ଏତେ ଜୋର୍ରେ ତାତି ହେଉଛି ଯେ ମୁଣ୍ଡ ଉପରୁ ଅଗ୍ନି ବର୍ଷା ହେଲା ପରି ଅନୁଭୂତ ହେଉଛି । ଚାଲି ଚାଲି ଯିବା କାଠିକର ପାଠ ହୋଇପଡ଼ୁଛି । ପାଦ ସିଝିଗଲା ପରି ଲାଗୁଛି । ମୁଣ୍ଡ ଉପରେ ଛତା, ଗାମୁଛା, ରୁମାଲ୍ ନ ପକାଇଲେ ପାଦେ ବି ଆଗକୁ ଯାଇ ହେଉନି । ଦିନତ ମାମ ସହରରେ ଏଭଳି ସ୍ଥିତି ଲାଗି ରହିଥିଲା ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୪୮ ଘଣ୍ଟା ଧରି ଏଭଳି ସ୍ଥିତି ଲାଗି ରହିବ । ତାପମାତ୍ରା ଆଉ ଗୋଟିଏ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ । ଅପରାହ୍ଣରେ କାଳବୈଶାଖୀ ଆଶଙ୍କା ରହିଛି । ତେବେ ୧୭ ତାରିଖ ପରେ ଲଗାତାର ୪ ଦିନ ଧରି ତାପମାତ୍ରା ୩ରୁ ୪ ଡିଗ୍ରି କମିବ । ୨୨ ତାରିଖରେ ପୁଣିଥରେ ତାପମାତ୍ରା ବଢ଼ିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।