ଭୁବନେଶ୍ୱର : ଡିଏମ୍ ସ୍କୁଲରେ ମହାସମାରୋହରେ ଅନୁଷ୍ଠିତ ହେଲା ଆଲୁୁମିନି ମିଟ୍

42

କନକ ବ୍ୟୁରୋ : ଡିଏମ୍ ସ୍କୁଲର ଆଲୁୁମିନି ମିଟ୍ ମହାସମାରୋହରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭାରତ ସରକାରଙ୍କ ଅର୍ଥମନ୍ତ୍ରଣାଳୟର ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ଏନ୍ସିଇଆରଟିର ନିର୍ଦ୍ଦେଶକ ହୃଶିକେଶ ସେନାପତି ପ୍ରମୁଖ ଯୋଗଦେଇଥିଲେ ।

ଡିଏମ ସ୍କୁଲର ୧୯୬୯ ବ୍ୟାଚର ଛାତ୍ର ତଥା ବରିଷ୍ଠ ଆଇଏସ ଅଧିକାରୀ ଶକ୍ତିକାନ୍ତ ଦାସ ସ୍କୁଲରେ ପଢ଼ୁଥିବା ଅନୁଭୂତିକୁ ଉତ୍ସବରେ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ । ଏହି ଅବସରରେ ୧୯୬୭ ବ୍ୟାଚର ବହୁ ଛାତ୍ରଙ୍କୁ ସମ୍ମାନିତ କରାଯିବା ସହିତ ସ୍କୁଲର ସ୍ୱତନ୍ତ୍ର ସେଭେନିଅର ଉନ୍ମୋଚିତ ହୋଇଥିଲା । ଆଲୁମିନି ମିଟର ସଭାପତି ରାଜିବ ଶେଖର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।