କନକ ବ୍ୟୁରୋ : ଶୀତଋତୁ ଆରମ୍ଭ ହେବା ସହିତ ଭିତରକନିକାକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ । ବଉଳା କୁମ୍ଭୀର ସହିତ ଭିତରକନିକାର ଜୈବ ବିବିଧତା ବୁଲି ଦେଖିବାକୁ ଦୂରଦୂରାନ୍ତରୁ ପ୍ରତିଦିନ ଆସୁଛନ୍ତି ଶହ ଶହ ପର୍ଯ୍ୟଟକ । ଡାଙ୍ଗମାଳ ଓ ଗୁପ୍ତି ଦେଇ ଭିତରକନିକାକୁ ପ୍ରବେଶ ପାଇଁ ରହିଛି ୨ ଟି ପ୍ରବେଶ ଦ୍ୱାର । ବଉଳା କୁମ୍ଭୀର ଦେଖିବାକୁ ୬୦ରୁ ଅଧିକ ବୋଟ୍ ବ୍ୟବସ୍ଥା କରିଛି ରାଜନଗର ବନଖଣ୍ଡ ।
ଦେଶର ଦ୍ୱିତୀୟ ବୃହତମ ଲୁଣା ଜଙ୍ଗଲ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ ଲାଗିଲାଣି । ପ୍ରାକୃତିକ ହେନ୍ତାଳ ବଣ, ଲୁଣା ଜଙ୍ଗଲ ଭିତରେ ବଉଳା କୁମ୍ଭୀରକୁ ଦେଖିବାକୁ ବେଶ୍ ଆଗ୍ରହ ଦେଖିବାକୁ ମିଳିଛି । ଭିତରକନିକାର ପ୍ରମୁଖ ଆକର୍ଷଣ ମାଳମାଳ ବଉଳ କୁମ୍ଭୀର । ଘଂଚ ହେନ୍ତାଳ ବଣ ଭିତରେ ବା ନଦୀ ପଠାରେ ଶୋଇଥିବା କୁମ୍ଭୀରକୁ ଅତି ନିକଟରୁ ଦେଖିବାର ସୁଯୋଗ ମିଳିଥାଏ ଏହି ଠାରେ ।
୧୪୫ ବର୍ଗ କିଲୋମିଟର ଅଂଚଳ ମଧ୍ୟରେ ବ୍ୟାପ୍ତ ଭିତରକନିକା ଜାତୀୟ ଉଦ୍ୟାନ । ଏହାର ମଧ୍ୟରେ ମୁଖ୍ୟ ଆକର୍ଷଣ ବଉଳାକୁମ୍ଭୀର । ଏଠାକୁ ଆସୁଥିବା ପର୍ଯ୍ୟଟକ ସ୍ଥଳପଥ ଅପେକ୍ଷା ଜଳପଥରେ ବୁଲି କୁମ୍ଭୀର ଦେଖିବାକୁ ବେଶ୍ ପସନ୍ଦ କରିଥାନ୍ତି । ଖାସ୍ ଏଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଭିତରକନିକାରେ ୬୪ଟି ବୋଟ୍ ନିୟୋଜନ କରାଯାଇଛି । ଏହା ସହିତ ୧୦ଟି କଟେଜ ମଧ୍ୟ ନିର୍ମାଣ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/vlcsnap-2019-12-06-12h12m27s169.png)
/kanak/media/post_attachments/wp-content/uploads/2019/12/vlcsnap-2019-12-06-12h12m21s114-300x169.png)
/kanak/media/post_attachments/wp-content/uploads/2019/12/vlcsnap-2019-12-06-12h12m42s69-300x169.png)