ଭାରତ ବନ୍ଦ ବେଳେ ପଥର ମାଡ଼ରୁ ରକ୍ଷା ପାଇବା ପାଇଁ ବସ୍ ଚାଳକ ପିନ୍ଧିଲେ ହେଲମେଟ୍ : ସୋସିଆଲ୍ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ

615

କନକ ବ୍ୟୁରୋ : ଆଜି ଭାରତ ବନ୍ଦ । ମୋଦି ସରକାରଙ୍କ ଆର୍ଥିକ ଓ ଜନବିରୋଧୀ ନୀତି ବିରୋଧରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳରୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏହାରି ଭିତରେ ପଶ୍ଚିମଙ୍ଗରେ ପ୍ରଦର୍ଶନକୁ ଦେଖି ଜଣେ ବସ ଡଆଇଭର ହେଲମେଟ୍ ପନ୍ଧିଥିବାର ଦେଖିବାକୁ ମିଳିଛି । ସିଲିଗୁଡ଼ିରେ ଜଣେ ବସ୍ ଚାଳକ ପଥର ମାଡ଼ରୁ ରକ୍ଷା ପାଇବା ପାଇଁ ହେଲମେଟ୍ ପିନ୍ଧି ବସ୍ ଚଳାଉଛନ୍ତି ।

ଅନେକ ସମୟରେ ବିକ୍ଷୋଭ କିମ୍ବା ବନ୍ଦ ପ୍ରଦର୍ଶନ ବେଳେ ପଥର କିମ୍ବା ଟେକା ମାଡ଼ରେ ଅନେକ କ୍ଷୟକ୍ଷତି ହେବାସହ ଜୀବନ ଯିବାର ବି ଅନେକ ନଜରି ରହିଛି । ଏପରିସ୍ଥଳେ ଡ୍ରାଇଭର ଜଣକ ବିକ୍ଷୋଭାକାରୀଙ୍କ ଠାରୁ ରକ୍ଷା ପାଇବା ପାଇଁ ଏପରି ଅଭିନବ ଉପାୟ ଆପଣାଇଛନ୍ତି । ପଥରମାଡ଼ରୁ ରକ୍ଷା ପାଇବା ପାଇଁ ଏଭଳି ଉପାୟ ଆପଣେଇଥିବା କହିଛନ୍ତି ଡ୍ରାଇଭର । ଆଉ ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେଉଛି ।

ସୂଚନା ଅନୁସାରେ ସାରା ଦେଶରେ ବିଭିନ୍ନ ସ୍ଥାନରେ ହିଂସ୍ରକ ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତ ବନ୍ଦର ପ୍ରଭାବ ପଶ୍ଚିମବଙ୍ଗ ମଧ୍ୟ ଦେଖିବାକୁ ମିଳିଛି । ସକାଳୁ ସକାଳୁ ବିକ୍ଷୋଭ ପ୍ରଦର୍ଶନକାରୀ ଟ୍ରେନ, ସଡ଼କ , ବସ ସେବା ରୋକିବାର ଦେଖିବାକୁ ମିଳଛି ।