ଭଂଜନଗରର : ଅସହ୍ୟ ହେଲା ଜୀବନ ଯନ୍ତ୍ରଣା, ୫ ପୁଅ ନପଚାରିପାରୁ ଆତ୍ମହତ୍ୟା କଲେ ବୃଦ୍ଧ ବାପା ମା

51

କନକ ବ୍ୟୁରୋ : ଅସହ୍ୟ ହେଲା ଜୀବନ ଯନ୍ତ୍ରଣା । ପଚାରିଲେନି ୫ ପୁଅ । ଶେଷରେ ଜୀବନ ହାରିଲେ ବୃଦ୍ଧ ବାପା, ମା । ଏଭଳି ହୃଦୟବିଦାରକ ଘଟଣା ଘଟିଛି ଭଞ୍ଜନଗରର ଗଣ୍ଡିଶୁଳା ଗାଁରେ । ଖବର ଅନୁସାରେ ଗାଁରର ଲକ୍ଷ୍ମଣ ଦଳାଇ ଓ ହେମ ଦଳାଇଙ୍କ ୫ ପୁଅ ଥିଲେ ବି ଦୀର୍ଘଦିନ ଧରି ସେମାନେ ଘରେ ଅସହାୟ ଅବସ୍ଥାରେ ପଡିଥିଲେ । ପୁଅମାନେ ନିଜ ସଂସାର ଜଞ୍ଜାଳରେ ବ୍ୟସ୍ତ ଥିଲେ । ପୁଅମାନଙ୍କ କଟୁକଥା ଅସହ୍ୟ ହେବାକୁ ଦୁଇଜଣ ଆତ୍ମହତ୍ୟା ପାଇଁ ନିଷ୍ପତି ନେଇଥିଲେ । ମୃତଦେହକୁ ଉଦ୍ଧାର କରି ଶେଷକୃତ୍ୟ କରାଯାଇଛି । ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି ।

ଖବର ଅନୁସାରେ ଦୁଇଓଳା ଖାଇବା ପାଇଁ ବି ଏହି ଦମ୍ପତି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ଦମ୍ପତିଙ୍କ ୫ ପୁଅଙ୍କ ମଧ୍ୟରୁ ୪ ପୁଅ ଗଣ୍ଡିଶୁଳା ଗାଁରେ ରହୁଥିବାବେଳେ ଆଉ ଜଣେ ପୁଅ ସୋରଡାରେ ରହୁଛନ୍ତି । ବୟାସଧିକ କାରଣରୁ ସେମାନେ ରୋଷେଇ କରିପାରୁନଥିଲେ ଓ ପାଳିକରି ପୁଅ ଘରେ ଖାଉଥିଲେ । ଖବର ଅନୁସାରେ- ମଙ୍ଗଳବାରଦିନ କୌଣସି କଥାକୁ ନେଇ ଜଣେ ପୁଅଙ୍କ ସହ ଏହି ଦମ୍ପତିଙ୍କ ଗଣ୍ଡଗୋଳ ହୋଇଥିଲା । ପୁଅ ସହ କୌଣସି କଥାକୁ କେନ୍ଦ୍ର କରି ଏହି ଦମ୍ପତି ବେକରେ ଦୌଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଗତକାଲି ସକାଳେ ଉଭୟ ଘର ବାରଣ୍ଡାରେ ବସି ଚା ପିଉଥିଲେ । ଏହା ପରଠୁ ଘର କବାଟ ବନ୍ଦ ହୋଇଯାଇଥିଲା । ପରେ ଗାଁ ଲୋକେ ମୃତଦେହକୁ ଉଦ୍ଧାର କରିଥିଲେ । ପୋଲିସ ଘଟଣାର ତଦନାଘନା ଆରମ୍ଭ କରିଛି ।