ଭଞ୍ଜନଗର ବ୍ଲକର ୯୯୮ ଘର ଆଗରେ ଲାଗିଲା ସଙ୍ଗରୋଧ ଫର୍ମ । ଫର୍ମ ଚିରିଲେ ରୁଜୁ ହେବ ଫୌଜଦାରୀ ମାମଲା । ଏପ୍ରିଲ୍ ୧୪ ଯାଏଁ କାନ୍ଥରେ ଫର୍ମ ଲଗାଇ ରଖିବାକୁ ପ୍ରଶାସନର ନିର୍ଦ୍ଦେଶ

1,392

କନକ ବ୍ୟୁରୋ : କରୋନା ଭୂତାଣୁର ମୁକାବିଲା ପାଇଁ ସଙ୍ଗରୋଧ ଜରୁରୀ । ଭଞ୍ଜନଗର ବ୍ଲକର ୯୯୮ ଘର ଆଗରେ ଲାଗିଲା ସଙ୍ଗରୋଧ ଫର୍ମ । ଫର୍ମ ଚିରିଲେ ହେବ ଫୌଜଦାରୀ ମାମଲା । ନିୟମ ଉଲ୍ଲଂଘନ କଲେ ୧୮୮ ଧାରା ଅନୁସାରେ ଗିରଫ କରାଯିବ । ଭଞ୍ଜନଗର ଅଞ୍ଚଳରେ ଜିଲ୍ଲା ପ୍ରସାଶନର ତାଗିତ ସତ୍ୱେ ଗ୍ରାମାଞ୍ଚଳରେ ଲୋକଙ୍କ ଉପରେ ଲକଡ଼ାଉନର ପ୍ରଭାବ ପଡ଼ୁନି । ଫଳରେ ଜିଲ୍ଲା ପ୍ରସାଶନ କଡ଼ା କଟକଣା ଆଣୁଛି । ଦଣ୍ଡଯାତ୍ରାର ସମୟ ହୋଇଥିବାରୁ ବହୁଲୋକ ପୂର୍ବରୁ ଗାଁକୁ ଆସିବା ପାଇଁ ଯୋଜନା କରିଥିଲେ । ଆଉ ଏଥିପାଇଁ ଏକାଥରକେ ଭଞ୍ଜନଗର ଅଞ୍ଚଳକୁ ଫେରି ଆସିଛନ୍ତି ହଜର ହଜାର ଯୁବକ ।

ସେଥିମଧ୍ୟରୁ ସରକାରଙ୍କ ଗାଉଡ଼ଲାଇନ୍ ପ୍ରକାରେ ମାତ୍ର ୯୯୮ ଜଣ ଭଞ୍ଜନଗର ବ୍ଳକରେ ପଞ୍ଜୀକୃତ କରିଛନ୍ତି । ବୁଗୁଡ଼ା ବ୍ଳକରେ ଲାଗିଲା ୫ ଶହରୁ ଘରେ ଲାଗିଲା ସଙ୍ଗରୋଧ ଫର୍ମ । ମୋଟ ୧୦୪୭ ଜଣ ବାହାରୁ ଫେରିଥିବାରୁ ବାକି ଘରେ ଲାଗିବ ଫର୍ମ ଆଜି ପ୍ରଶାସନ କଲା ଘୋଷଣା । ଗୋଟିଏ ଦିନରେ ଭଞ୍ଜନଗର ବିଡ଼ିଓ ୯୯୮ ଘରେ ଫର୍ମ ଲଗାଇଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ଉତ୍ସାହିତ କରାଯାଇଛି । ଭଂଜନଗର ସହରରେ ଦିନ ୧୨ଟା ପରେ ଖୋଲାଥିବା ୪ ଦୋକାନକୁ ନୋଟିସ ଲଗାଇ ତାଗିତ୍ ।