ଭଦ୍ରକର ସାହାସପୁରରେ ଚାଂଚଲ୍ୟ : ମାଆ-ପୁଅକୁ ହତ୍ୟା ପରେ ମାଟି ତଳେ ପୋତି ଥିଲା ନୃଶଂସ ବାପା, ଅଭିଯୁକ୍ତ ଗିରଫ

30

କନକ ବ୍ୟୁରୋ : ଭଦ୍ରକରେ ଧୁଷୁରୀ ଥାନା ସାହାସପୁରରେ ଚାଂଚଲ୍ୟ । ପାରିବାରିକ କଳହକୁ କେନ୍ଦ୍ର କରି ମାଆ-ପୁଅକୁ ହତ୍ୟା ପରେ ମାଟି ତଳେ ପୋତି ଥିଲା ନୃଶଂସ ବାପା । ପୁଅକୁ କାନ୍ଥରେ ପିଟି, ମାଆକୁ ଦଉଡିରେ ଚିପି ହତ୍ୟା କରିଛି ଅଭିଯୁକ୍ତ । ହତ୍ୟା ପରେ ଶବକୁ ଘର ଭିତରେ ପୋତି ଦେଇଥିଲା ଅଭିଯୁକ୍ତ ବାପା । ପରେ ଘରୁ ଦୁର୍ଗନ୍ଧ ବାହାରିବା ପରେ ପୁଲିସକୁ ସୂଚନା ଦେଇଥିଲେ ପଡୋଶୀ । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଗିରଫ କରିଥିବା ବେଳେ ଘଟଣାସ୍ଥଳରେ ବାଲେଶ୍ୱର ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତ ଜାରି ରଖିଛି ।