ଭଦ୍ରକ କାଳୀପୂଜାରେ ଆଜି ଅନ୍ତିମ ଦିନରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ! ଆସନ୍ତାକାଲି ହେବ ଭସାଣୀ

38

କନକ ବ୍ୟୁରୋ : ଭଦ୍ରକରେ ୧୦ ଦିନ ଧରି ଚାଲିଥିବା କାଳୀପୂଜାର ଆଜି ହେଉଛି ଅନ୍ତିମ ଦିନ । ଆଜି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରୁଛନ୍ତି । ପାଖାପାଖି ୧୦ଟି ମଣ୍ଡପରେ ମା ଭକ୍ତଙ୍କୁ ଦର୍ଶନ ଦେଉଥିବବେଳେ ଆଜି ଶେଷଦିନ ହୋଇଥିବାରୁ ସଂଧ୍ୟାରେ ଅଧିକ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଛି । ଆସନ୍ତାକାଲି ହେବ ମାଙ୍କ ଭଶାଣୀ । ଏଥିପାଇଁ ଭଦ୍ରକ ସହରରେ ଜିଲା ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ସକାଳ ୯ଟାରୁ ଦିନ ଗୋଟାଏ ମଧ୍ୟରେ ଭସାଣୀ କାର୍ଯ୍ୟ ସମାପନ ହେବ । ତେବେ ଏହି ଭସାଣୀ କାର୍ଯ୍ୟକୁ ସୁରୁଖୁରୁରେ ସାରିବା ପାଇଁ ୧୭ ପ୍ଲାଟୁନ ଫୋର୍ସ ମୃତୟନ ହେବେ ।