ବାଲେଶ୍ୱର ଓ ଭଦ୍ରକରେ ୭ଜଣ ପଜିଟିଭ୍ ଚିହ୍ନଟ ପରେ ସାମ୍ନାକୁ ଆସିଲା କୋଲକାତା ଲିଙ୍କ୍ : କୋଲକାତାରୁ ଆସିଥିଲେ ଭଦ୍ରକରେ ଚିହ୍ନଟ ହୋଇଥିବା ୫ ଜଣ ଆକ୍ରାନ୍ତ, ଟାଟା ମ୍ୟାଜିକ, ଟ୍ରକ ଓ ବୋଲେରୋରେ ଫେରିଥିଲେ ଭଦ୍ରକ

958

କନକ ବ୍ୟୁରୋ : ଭଦ୍ରକରୁ ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ୫ଜଣ ଆକ୍ରାନ୍ତ କୋଲକାତାରୁ ଆସିଥିବା ଜଣାପଡିଛି । ବାସୁଦେବପୁର ବ୍ଲକର ମଳକସାହି ପଦ୍ମପୁରର ୫୭ବର୍ଷୀୟ ଆକ୍ରାନ୍ତ ଜଣକ ମାର୍ଚ୍ଚ ୨୮ତାରିଖ ଦିନ କୋଲକାତାରୁ ବାସୁଦେବପୁର ଆସିଥିଲେ । ଟାଟା ମ୍ୟାଜିକରେ ଅନ୍ୟ ୩ଜଣଙ୍କ ସହ ଆସିଥିଲେ ବାସୁଦେବପୁରର ଆକ୍ରାନ୍ତ । ସେହିପରି ବାସୁଦେବପୁର ବ୍ଲକ ଖରିଡା ବିନାୟକପୁର ୫୮ବର୍ଷୀୟ ଆକ୍ରାନ୍ତ ଜଣକ ଜଣେ ଟ୍ରକ ଡ୍ରାଇଭର । ସେ ଏପ୍ରିଲ ୯ତାରିଖ ଦିନ କୋଲକାତାରୁ ଫେରିଛନ୍ତି ।

ସେହିପରି ବାସୁଦେବପୁର ବ୍ଲକ ମାଟିପକା ଗାଁର ୫୫ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୯ ତାରିଖ ଦିନ ବୋଲୋରେ ଯୋଗେ ଅନ୍ୟ ୭ଜଣଙ୍କ ସହ କୋଲକାତାରୁ ଫେରିଥିଲେ । ଭଣ୍ଡାରୀପୋଖରୀ ବ୍ଲକର ରାହାନିଆ ଗାଁର ୬୬ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୮ତାରିଖରେ ଟାଟା ଏସି ଯୋଗେ ଅନ୍ୟମାନଙ୍କ ସହ କୋଲକାତାରୁ ଫେରିଥିଲେ । ସେହିପରି ଭଣ୍ଡାରୀପୋଖରୀ ବ୍ଲକ କୁସାଗାଡିଆ ଟେସିଙ୍ଗା ଗାଁର ୪୮ବର୍ଷୀୟ ଆକ୍ରାନ୍ତ ମାର୍ଚ୍ଚ ୨୯ତାରିଖ ଦିନ ମାରୁତି ଓମନି ଯୋଗେ ଅନ୍ୟ ୬ଜଣଙ୍କ ସହ କୋଲକାତାରୁ ଫେରିଥିଲେ ।