କନକ ବ୍ୟୁରୋ : ଏକକାଳୀନ ୩ଟି ଏଟିଏମରୁ ଲୁଟ୍ । ଏଟିଏମ ଭାଙ୍ଗି ଗତକାଲି ବିଳମ୍ବିତ ରାତିରେ ୩୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଭଦ୍ରକ ଜିଲ୍ଲା ରାଦିଆଁ ସ୍ଥିତ ଏସବିଆଇ, ଆକ୍ସିସ ଓ ଆଇସିଆଇସିଆଇ ବ୍ୟାଙ୍କ ଏଟିଏମରୁ ଲୁଟ୍ । ସେହିପରି କୁଆଁସ ବଜାରରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ ହୋଇଛି । ଏନେଇ ସ୍ଥାନୀୟ ଲୋକେ ଥାନାକୁ ଖବର ଦେବାରୁ ଟାଉନ ଥାନା ପୋଲିସ ପହଂଚି ଘଟଣାର ଅନୁସଂଧାନ ଆରମ୍ଭ କରିଛି ।
ତେବେ ଏଟିଏମରେ ଟଙ୍କା ଜମା କରୁଥିବା କର୍ମଚାରୀଙ୍କ ସୂଚନା ଅନୁଯାୟୀ ଆକ୍ସିସ ବ୍ୟାଙ୍କ ଏଟିଏମରୁ ୬ଲକ୍ଷ, ଆଇସିଆଇସିଆଇ ବ୍ୟାଙ୍କ ଏଟିଏମରୁ ୭ଲକ୍ଷ ଏବଂ ଏସବିଆଇ ଏଟିଏମରୁ ୧୬ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ୍ ହୋଇଛି ।
ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/Screen-shot-2016-11-04-at-1.01.24-PM.png)