ଭଦ୍ରକ : ଭୋଜି ଖାଇ ଯିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲେ ବରଯାତ୍ରୀ, ୭ରୁ ଅଧିକ ଆହତ

31

କନକ ବ୍ୟୁରୋ : ଭୋଜି ଖାଇ ଯିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲେ ବରଯାତ୍ରୀ । ଭଦ୍ରକରୁ ଧାମନଗର ଭୋଜି ଖାଇବାକୁ ଯାଉଥିବା ବେଳେ ଜାତୀୟ ରାଜପଥର ୫ରେ ବାରିକପୁରଠାରେ ଭାରସାମ୍ୟ ହରାଇ ଓଲଟି ପଡିଲା ଗାଡି । ରାସ୍ତା ତଳକୁ ଖସିପଡିଲା ।

ଫଳରେ ଗାଡିରେ ଥିବା ୭ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି ।