କନକ ବ୍ୟୁରୋ : ଆଜି ଭଦ୍ରକରେ ଦୁର୍ଘଟଣାର ଦିନ । ସକାଳୁ ସକାଳୁ ସାମ୍ନାକୁ ଆସିଛି ଦୁଇଟି ଦୁର୍ଘଟଣାର ଚିତ୍ର । ଭଦ୍ରକର ବାରିକପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଧାନ ବୋଝେଇ ଟ୍ରକକୁ ଧକ୍କା ଦେଲା ତୀର୍ଥ ଯାତ୍ରୀ ବସ୍ । ୨ ଜଣଙ୍କ ମୃତ୍ୟୁ , ୧୫ରୁ ଅଧିକ ଆହତ । ସମସ୍ତ ଆହତଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ତୀର୍ଥ ଯାତ୍ରୀମାନେ ଉତରପ୍ରଦେଶର ଗୋରଖପୁର ଅଂଚଳରୁ ପୁରୀ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡି କାରଣରୁ ଏପରି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ସେପଟେ ଆମ୍ବୁଲାନ୍ସକୁ ଧକ୍କା ଦେଇଛି ଆମ୍ବୁଲାନ୍ସ । ଡାହାଣୀ ଗୋଡିଆ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏଥିରେ ୪ ଜଣ ଆହତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/road-accident-.jpg)