କନକ ବ୍ୟୁରୋ : ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ବନ୍ତଛକ ନିକଟରେ ବସ-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ ଜଣ ପ୍ରାଣ ହରାଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଖବର ଅନୁସାରେ, ଧାମନଗର ଉର୍ତ୍ସ ଉତ୍ସବରେ ଯୋଗଦେଇ ଯାତ୍ରୀମାନେ ଫେରୁଥିଲେ । ବସଟି ଧାମନଗରରୁ ଚରମ୍ପା ଷ୍ଟେସନ ଯାଉଥିଲା ।
ଯାତ୍ରୀମାନେ ଚରମ୍ପାରୁ ନିଜ ନିଜ ଘରକୁ ଫେରିଥାନ୍ତେ । ତେବେ ଏହି ସମୟରେ ବନ୍ତ ଛକ ନିକଟରେ ବସର ଟ୍ରକ ସହ ସାମ୍ନା ପଟୁ ଧକ୍କା ହୋଇଥିଲା । ଜାତୀୟ ରାଜପଥ ସଂପ୍ରସାରଣ ଚାଲୁଥିବାରୁ ଗୋଟିଏ ରୁଟରେ ଟ୍ରକ ଓ ବସ ଆସୁଥିଲେ । ତେଣୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳର ପୋଲିସ ପହଂଚି ଆହତଙ୍କୁ ୁ ଉଦ୍ଧାର କରି ମେଡିକାଲ ପଠାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/accident1.jpeg)