ଭୋକିଲାଙ୍କ ପାଇଁ ଦେବଦୂତ ସାଜିଛନ୍ତି ଭଦ୍ରକର ପୋଲିସ କର୍ମଚାରୀ : ରାସ୍ତା କଡ଼ର ଅସହାୟଙ୍କ ମୁହଁରେ ଦାନା ଦେଇ ହସ ଫୁଟାଉଛନ୍ତି

205

କନକ ବ୍ୟୁରୋ : ମହାତ୍ମା ଗାନ୍ଧୀଙ୍କ କ୍ଷୁଧାମୁକ୍ତ ଭାରତ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଛି । ଦେଶରେ ଭୋକିଲାଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଆଜି ବି ଭୋକ ବିକଳରେ ଲୋକେ ପ୍ରାଣ ହରାଉଛନ୍ତି । ସରକାରଙ୍କ କୌଣସି ନୀତି କାମ କରୁନି । ଗଣ୍ଡିଏ ଖାଇବାକୁ ନପାଇ ରାସ୍ତା କଡ଼ରେ ପଡ଼ିରହୁଥିବା ଅସହାୟଙ୍କୁ ନାଁ ମିଳୁଛି ରାଜ୍ୟ ସରକାରଙ୍କ ସହାୟତା ନା କେନ୍ଦ୍ର ସରକାରଙ୍କ । ଏପରିସ୍ଥଳେ ଭୋକିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ପୋଲିସ ବାବୁମାନେ ଆଗେଇ ଆସିଛନ୍ତି । ଭୋକିଲାଙ୍କୁ ଦାନା ଯୋଗାଉଛନ୍ତି ପୋଲିସ ବାବୁ । ଭଦ୍ରକର ପୋଲିସ ଭାଇମାନେ ରାସ୍ତା କଡ଼ରେ ଥିବା ଭୋକିଲାଙ୍କୁ ଖାଇବା ଦେଉଛନ୍ତି ।

ଭୋକିଲାଙ୍କ ପାଇଁ ଦରଦୀ ପାଟଲିଛନ୍ତି ପୋଲିସ । ଭୋକରେ ଆଉଟୁପାଉଟୁ ହେଉଥିବା ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି । କେବଳ ସୋବାଜି ପାଇଁ ନୁହେଁ ପ୍ରତି ବୁଧବାର ଦିନ ରାସ୍ତା କଡ଼ରେ ଅସହାୟ ଜୀବନ ବିତାଉଥିବା ଲୋକଙ୍କୁ ଖାଇବା ଦେବେ ବୋଲି କହିଛନ୍ତି ପୋଲିସ୍ । ବର୍ତ୍ତମାନର ସ୍ୱାର୍ଥପର ସମାଜରେ ନିସ୍ୱାର୍ଥପର ଭାବେ ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଲୋକଙ୍କ ପାଇଁ କିଛି କରିବା ବହୁତ ବଡ଼ କଥା । ଗୋଟିଏ ପଟେ ନିଜ କର୍ତ୍ତବ୍ୟ ସମ୍ଭାଳିବା ଅନ୍ୟପଟେ ଲୋକଙ୍କ କଥା ଚିନ୍ତା ନିହାତି ପ୍ରଶଂସାଯୋଗ୍ୟ ।

 ବର୍ତ୍ତମାନେ ସମୟରେ ପୋଲିିସ ପ୍ରତି ଲୋକଙ୍କ ମନରେ ଅନେକ ନକରାତ୍ମକ ଧାରଣା ସୃଷ୍ଟି ହେଉଛି । ଏସବୁରୁ ଉର୍ଦ୍ଧ୍ୱର୍କୁୁ ଉଠି ପୋଲିସ ବାବୁମାନେ ଭୋକିଲାଙ୍କୁ ଦାନା ଯୋଗାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଅଧିକ କିଛି ନକରିପାରିଲେ ମଧ୍ୟ କିଛି ଲୋକଙ୍କୁ ଭୋକ ଦାଉରୁ ରକ୍ଷା କରିପାରବେ ଏହି ପୋଲିସବାବୁମାନେ । ଭଦ୍ରକର ପୋଲିସ ଭାଇମାନଙ୍କ ଏହି ସ୍ୱାଗତଯୋଗ୍ୟ ପଦକ୍ଷେପ ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି ।