ତାଲାବନ୍ଦ ଯୋଗୁଁ ପାନ ବିକ୍ରି ସମ୍ପୂର୍ଣ୍ଣ ଠପ୍ : ବରଜରେ ନଷ୍ଟ ହେବାକୁ ବସିଲା ପାନ, ନିମାପଡା ଅଞ୍ଚଳରେ ଚିନ୍ତାରେ ଚାଷୀ

509

କନକ ବ୍ୟୁରୋ : ଭଲ ଫସଲ ଅମଳ ପରେ ବି ତାକୁ ବିକ୍ରି କରିବାକୁ ନେଇ ଚିନ୍ତାରେ ଚାଷୀ । ଏଭଳି ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଂଚଳରେ । ଲକଡାଉନ ଯୋଗୁଁ ପାନର ବଜାର ସଂପୁର୍ଣ୍ଣ ଠପ ହୋଇଯାଇଛି । ଟଙ୍କା ଋଣ କରି ପାନବରଜ କରିଥିବା ଚାଷୀ ଏବେ ବ୍ୟବସାୟ ବନ୍ଦ ହୋଇଯିବା ଯୋଗୁଁ ସଂପୂର୍ଣ୍ଣ ଭାଙ୍ଗିପଡ଼ିଛି । ଗତବର୍ଷ ‘ଫନୀ’ ବାତ୍ୟା ଯୋଗୁଁ ନିମାପଡ଼ା ଅଞ୍ଚଳରେ ସମସ୍ତ ପାନ ବରଜ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା ।

ହଜାର ହଜାର ଟଙ୍କା ଋଣ କରି ଚାଷୀ ପୁଣି ପାନ ବରଜକୁ ଛିଡା କରାଇଥିଲା । କିନ୍ତୁ ଏବେ ଚାଷୀଙ୍କ ସମସ୍ୟା ବଢିଯାଇଛି । ଲକଡାଉନ ଯୋଗୁଁ ହଠାତ ପାନ ବଜାର ବନ୍ଦ ହୋଇଯାଇଛି । ବର୍ତ୍ତମାନ ପାନ ଅମଳ ହୋଇନପାରିବାରୁ ବରଜରେ ନଷ୍ଟ ହେବାକୁ ବସିଲାଣି ପାନ । ପାନ ବଜାର କେବେ ଖୋଲିବ ତାହା କହିବ ମୁସ୍କିଲ । କେମିତି ଋଣ ଟଙ୍କା ଶୁଝିବ ସେ ଚିନ୍ତାରେ ପଡିଯାଇଛି ଚାଷୀ ।