ମୋ ବାପାଙ୍କୁ ବଞ୍ଚାଇ ଦିଅ କହି ନେହୁରା ହେଉଥିଲା କୁନି ପୁଅ । ଆମ୍ବୁଲାନ୍ସ ଆସିଲା ହେଲେ ରୋଗୀକୁ ନେଲାନି । ଦାଣ୍ଡରେ ପଡି ଛଟପଟ ହୋଇ ଚାଲିଗଲା ବାପାଙ୍କ ଜୀବନ

504

କନକ ବ୍ୟୁରୋ : ଅମ୍ବୁଲାନ୍ସ ଆସିଲା ହେଲେ ରୋଗୀଙ୍କୁ ନେଲାନି । ଅସୁସ୍ଥ ବାପାଙ୍କୁ ଡାକ୍ତରଖାନାକୁ ନେବା ପାଇଁ କୁନି ପୁଅ କେତେ ନେହୁରା, ହେଲେ କେହି ତା କଥା ଶୁଣିଲେ ନାହିଁ । ଶେଷରେ ଗାଁ ଦାଣ୍ଡରେ ପଡି ଛଟପଟ ହୋଇ ବାପାଙ୍କ ଚାଲିଗଲା ଜୀବନ । ଏମିତି ଏକ ଦୁଃଖଦ ଖବର ଆସିଛି ବ୍ରହ୍ମପୁର ପ୍ରହଲ୍ଲାଦନଗରରୁ । ଆମ୍ବୁଲାନ୍ସ କର୍ମଚାରୀ କରୋନା କଟକଣା କଥା କହୁଥିବା ବେଳେ କୁନି ପୁଅ କହୁଛି, ସେ କୌଣସି ନିୟମ କାନୁନ ବାବଦରେ ଜାଣିନାହିଁ, ତାର ଗୋଟିଏ ଅନୁରୋଧ ତା’ ବାପାଙ୍କୁ ଟିକେ ଡାକ୍ତରଖାନା ନେଇଯାଅ ।

ତାଙ୍କ ଦେହ ବହୁତ ଅସୁସ୍ଥ ଅଛି । ତଥାପି କେହି ଶୁଣିଲେ ନାହିଁ ଆମ୍ବୁଲାନ୍ସ ରୋଗୀଙ୍କୁ ନନେଇ ଘର ଆଗରୁ ଫିରିଗଲା । ଆଉ ଚିକିତ୍ସା ନପାଇ ଗାଁଦାଣ୍ଡରେ ଯନ୍ତ୍ରଣାରେ ଛଟପଟ ହୋଇ ସବୁଦିନ ପାଇଁ ଆଖି ବୁଝିଦେଲେ ଏହି କୁନି ପୁଅର ବାପା ।