ପୁରୁଣା ସାଇକେଲ କିଣି ବେଙ୍ଗାଲୁରରୁ ମାଲକାନଗିରି ଫେରିଲେ ୩ ଶ୍ରମିକ : ଗୁୁଗୁଲ ମ୍ୟାପ ସହାୟତାରେ ୭ ଦିନ ଧରି ଯାତ୍ରା କଲେ ୧୧ ଶହ କିଲୋମିଟର,ମାଥିଲିରେ ପହଞ୍ଚିବା ପରେ ରଖାଗଲା ସଙ୍ଗରୋଧ କେନ୍ଦ୍ରରେ

ପୁରୁଣା ସାଇକେଲ କିଣି ବେଙ୍ଗାଲୁରରୁ ମାଲକାନଗିରି ଫେରିଲେ ୩ ଶ୍ରମିକ : ଗୁୁଗୁଲ ମ୍ୟାପ ସହାୟତାରେ ୭ ଦିନ ଧରି ଯାତ୍ରା କଲେ ୧୧ ଶହ କିଲୋମିଟର,ମାଥିଲିରେ ପହଞ୍ଚିବା ପରେ ରଖାଗଲା ସଙ୍ଗରୋଧ କେନ୍ଦ୍ରରେ

କନକ ବ୍ୟୁରୋ : ସାଇକେଲରେ ବାଙ୍ଗାଲୋରରୁ ମାଲାକାନଗିରି ।  ପୁରୁଣା ସାଇକେଲ କିଣି ବାଙ୍ଗାଲୋର ରୁ ମାଲକାନଗିରି ଫେରିଛନ୍ତି ୩ ଶ୍ରମିକ । ଚେନ୍ନାଇରୁ ନୂଆପଡ଼ା ପରେ ଏବେ ବାଙ୍ଗାଲୋର ରୁ ସାଇକେଲ ଯୋଗେ ୧୧ ଶହ କିଲୋମିଟର ଯାତ୍ରା କରି ମାଲକାନଗିରି ମାଥିଲି କୁ ଫେରିଛନ୍ତି ତିନି ଯୁବ ଶ୍ରମିକ । ଏମାନେ ହେଲେ ମନୋଜ କୁମାର ଗୌଡ, ମୋହନ ବୁରୁଦି ଓ ବୈଦନାଥ ପୁଜାରୀ ଏବଂ ଏମାନଙ୍କ ବୟସ ୨୦ ରୁ ୨୨ ବର୍ଷ ।

ସେମାନଙ୍କ ଘର ମାଲକାନଗିରି ମାଥିଲି ବ୍ଲକ ଅନ୍ତର୍ଗତ ଦଳପତିଗୁଡା, ବୁରୁଦିଗୁଡା ଏବଂ ଚେଡେଙ୍ଗା ହୋଇ ଥିବା ଜଣା ପଡିଛି । ଅଢେଇ - ଅଢେଇ ହଜାର ଟଙ୍କା ଦେଇ ପୁରୁଣା ସାଇକଲ କଣି ଗୁଗୁଲ ମ୍ୟାପ ସାହାଯ୍ୟ ରେ ଗତ ସାତ ଦିନ ଧରି ୧୧୦୦ କିଲୋମିଟର ସାଇକେଲ ଯାତ୍ରା କରି ଆଜି ଏମାନେ ମାଥିଲି ପହଁଚିଛନ୍ତି । ମାଥିଲି ପହଁଚିବା ପରେ ଏମାନଙ୍କୁ ସଙ୍ଗରୋଧ କେନ୍ଦ୍ର ରେ ରଖା ଯାଇ ଥିବା ଜଣା ପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe