କନକ ବ୍ୟୁରୋ : ଦିଲ୍ଲୀ ପରେ କର୍ଣ୍ଣାଟକରେ ଆରମ୍ଭ ହେଲା ପ୍ଲାଜମା ଥେରାପି । ଶନିବାର କାନବଲସେଂଟ ପ୍ଲାଜମା ଥେରାପି ପରୀକ୍ଷଣ ଆରମ୍ଭ ହୋଇଛି । ବେଙ୍ଗାଲୁର ସ୍ଥିତ ଭିକ୍ଟୋରିଆ ହସପିଟାଲରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବି. ଶ୍ରୀରାମୁଲୁ ଓ ଚିକିତ୍ସା ଶିକ୍ଷା ମନ୍ତ୍ରୀ ଡା. କେ ସୁଧାକରନ ପ୍ଲାଜମା ଥେରାପିର ଶୁଭାରମ୍ଭ କରିଥିଲେ । ଏଥିସହ କରୋନାରୁ ସୁସ୍ଥ୍ୟ ହୋଇଥିବା ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦେବା ପାଇଁ ଆଗେଇ ଆସିବାକୁ ରାଜ୍ୟ ସରକାର ଅପିଲ କରିଛନ୍ତି ।
ସେପଟେ ପ୍ଲାଜମା ଥେରାପିର ସକରାତ୍ମକ ସଙ୍କେତ ମିଳୁଥିବା କହିଛନ୍ତି ଦିଲ୍ଲୀ ସରକାର । ପ୍ଲାଜମା ଥେରାପିର ଉପଯୋଗ କେବଳ ଆଇସିୟୁ ଓ ଭେଂଟିଲେଟରରେ ଥିବା ରୋଗୀଙ୍କ ଶରୀରରେ ପ୍ରୟୋଗ କରାଯାଇଥାଏ । କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ରକ୍ତରୁ ପ୍ଲାଜମା ବାହାର କରାଯାଇ ଆକ୍ରାନ୍ତଙ୍କୁ ଦିଆଯିବ । ଏହାଦ୍ୱାରା ସଂକ୍ରମିତଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ, ଆରୋଗ୍ୟ ହେବାର ସମ୍ଭାବନା ବଢିଯାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/gettyimages-1209789813-594x594.jpg)