ସମଗ୍ର ଦେଶରେ ଶକ୍ତି ସଙ୍କଟ ଲାଗିରହିଛି । ଉତ୍ପାଦନ ଅପେକ୍ଷା ଚାହିଦା ବେଶି ରହିଥିବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ବେଜ୍ଞାନିିମାନେ ଏକ ସୌର ଚାଳିତ ଗଛ ତିଆରି କରିଛନ୍ତି । ଯାହାଦ୍ୱାରା ସୂର୍ଯ୍ୟଶକ୍ତି ସାହଯ୍ୟରେ ବିଦ୍ୟୁତ ଉତ୍ପାଦନ ହୋଇପାରିବ ଓ ଶକ୍ତି ସଙ୍କଟ ଦୂର କରିବ । ଏହି ଗଛର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସୌର ଗଛକୁ ଲଗାଇପାରିବେ । ଦେଶରେ ସୌରଶକ୍ତିର ବ୍ୟବହାର ପାଇଁଁ ସବୁଠାରୁ ବଡ଼ ସମସ୍ୟା ହେଲା ଖାଲି ସ୍ଥାନ । ଏହି ସମସ୍ୟାକୁ ନଜରେ ରଖି ସୌରଶକ୍ତି ଗଛକୁ ପ୍ରସ୍ତୁତ କରାଯାଇଛିି । ଉଦାହରଣ ସୂରୂପ ୫ କିଲୋୱାଟ୍ ଶକ୍ତି ଉତ୍ପାଦନ ପାଇଁ ପାଖାପାଖି ୫୦୦ ବର୍ଗ ଫୁଟ୍ ସ୍ଥାନର ଆବଶ୍ୟକତା ଥାଏ । କିନ୍ତୁ ୫ କିଲୋୱାଟ୍ ସୌରଶକ୍ତି ଗଛ ଲଗାଇବା ପାଇଁ ୪ ବର୍ଗ ଫୁଟୀ ସ୍ଥାନ ଦରକାର ପଡ଼େ । ସିଏସଆଇଆର୍- ସିଏମଇଆରଆଇ (କେନ୍ଦ୍ରୀୟ ମେକାନିକାଲ ଇଞ୍ଜିନିୟରିଂ ଅନୁସନ୍ଧାନ ସଂସ୍ଥାନ)ର ଡ଼ଃ ସିବନାଥ ମୈତି ଏହି ସୌରଶକ୍ତିି ଗଛ ବିକଶିତ କରିଛନ୍ତି । ଅବିକଳ ଗଛ ପରି ଦେଖାଯାଏ ଏହି ସୌରଚାଳିତ ଗଛ । ଏଥିରେ ୩୦ ଟି ସୋଲାର ପ୍ୟାନେଲ ଲଗାଯାଇପାରିବ ।

Advertisment

publive-image

ସୂଚନାଯୋଗ୍ୟ ୨୦୦୮ରେ ହିଁ ବିକଶିତ ହୋଇସାରିଥିଲା ସୌରଶକ୍ତି ଗଛ । କିନ୍ତୁ ୨୦୧୬ରେ ହିଁ ସରକାର ଏଥିପ୍ରତି ଧ୍ୟାନ ଦେଇଥିଲେ । ୩ କିଲୋୱାଟ୍, ୪ କିଲୋୱାଟ୍ ଓ ୭.୫ କିଲୋୱାଟ୍ ପର୍ଯ୍ୟନ୍ତ ତିଆରି ହୋଇଛି ସୌରଶକ୍ତି ଗଛ । ଆଗକୁ ୯ କିଲୋୱାଟ୍ ସୌର ଶକ୍ତି ଚାଳିତ ଗଛ ତିଆରି କରିବା ପାଇଁ ପ୍ରସ୍ତୁତି ଚାଲିଛି । ଦେଶର ଏପରି ଗାଁ ଅଛି ଯେଉଁଠି ବିଦ୍ୟୁତ ଯୋଗାଇବା ପାଇଁ ସମ୍ଭବ ନୁହେଁ । ସେଠାରେ ସୌର ଚାଳିତ ଗଛ ପହଞ୍ଚାଇବା ଦ୍ୱାରା ସେମାନେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି । ୫ କିଲୋୱାଟର ସୌରଶକ୍ତି ଚାଳିତ ଗଛ ଲଗାଇବା ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ । ଲୁଧିଆନା , ଦିଲ୍ଲୀ ସମେତ ଅନେକ ସ୍ଥାନରେ ସୌରଶକ୍ତି ଚାଳତିି ଗଛ ଲଗାଇଯାଇଛି ଓ ଏନେଇ ଭଲ ପ୍ରତିକ୍ରିୟା ମଧ୍ୟ ମିଳୁଛି । ୭.୫ କିଲୋୱାଟର ସୌର ଶକ୍ତି ଚାଳିତ ଗଛ ଦ୍ୱାରା ୫ଟି ପରିବାରକୁ ବିଦ୍ୟୁତ ଯୋଗାଇହେବ ।

ସୌର ଶକ୍ତି ଚାଳିତ ଗଛର ଲାଭ –
- ଅଳ୍ପ ସ୍ଥାନରେ ଅଧିକ ବିଦ୍ୟୁତ ଉତ୍ପାଦନ ସମ୍ଭବ
- ୩୫ ବର୍ଷ ପର୍ଯ୍ୟନ୍ତ ଏହି ଗଛକୁ ବ୍ୟବହାର କରାଯାଇପାରିବ
- ଝଡ଼ତୋଫାନ ଆସିଲେ ମଧ୍ୟ ଏହି ଗଛ ଉପୁଡ଼ିଯିବାର ଭୟ ରହିବ ନାହିଁ
- ସøରଶକ୍ତି ଚାଳିତ ଗଛକୁ ଏପରି ପ୍ରସ୍ତୁତ କରାଯାଇଛିି, ଗୋଟିଏ ପ୍ୟାନେଲ ଅନ୍ୟଟି ଉପରେ ମାଡ଼ିବ ନାହିଁ ଯଦ୍ୱାରା ଚାର୍ଜ ହେବାରେ ମଧ୍ୟ ଅସୁବିଧା ହେବ ନାହିଁ
- ନଦୀ କୂଳରେ, ରାସ୍ତା ପାଖରେ ଓ ସମୂଦ୍ର କୂଳରେ ଏହି ଗଛକୁ ଲଗାଯାଇପାରିବ
- ପ୍ୟାନଲେକୁ ସଫା କରିବା ପାଇଁ ଉପରୀ ପାଖରେ ପାଣିର ସ୍ପ୍ରେ କରି ସଫା କରିପାରିବେ ।
- ଗ୍ରାମୀଣ ଏବଂ ସହରୀ ଉଭୟ କ୍ଷେତ୍ରରେ ଏହି ଗଛ ବ୍ୟବହାର କରିପାରିବେ