କଞ୍ଚା କଦଳୀ ଖାଇଲେ କ’ଣ କ’ଣ ସୁଫଳ ମିଳେ ?

71

ପାଚିଲା କଦଳୀ ଖାଇଲେ କଣ ସୁଫଳ ମିଳେ ସେକଥା ସମସ୍ତ ଜାଣନ୍ତି । ପାଚିଲା କଦଳୀକୁ ସମସ୍ତେ ବହୁ ଆଗ୍ରହ ସହକାରେ ଖାଇବାର ଦେଖାଯାଏ କିନ୍ତୁ କଞ୍ଚା କଦଳୀକୁ କେବଳ ତରକାରୀ ତିଆରି କରିବା ପାଇଁ ବ୍ୟବହାର କରାଯାଏ । ଏହାର କାରଣ ହେଲା ଲୋକଙ୍କୁ ସାଧାରଣତଃ ଏହାର ସୁଫଳ ବିଷୟରେ ବିଶେଷେ ଜଣା ନଥାଏ ।

୧- କଞ୍ଚା କଦଳୀରେ ପ୍ରଚୁର ପରିମାଣର ପୋଟାସିୟମ ଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକାରୀ କ୍ଷମତାକୁ ବଢାଇବାରେ ସାହାଯ୍ୟ କରେ ।

୨- ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥବା ଲୋକମାନଙ୍କୁ ପ୍ରତିଦିନ ଗୋଟିଏ କଦଳୀ ଖାଇବା ପାଇଁ ଉପଦେଶ ଦିଆଯାଏ । କଞ୍ଚା କଦଳୀରେ ଭରପୁର ମାତ୍ରାରେ ଫାଇବର ଥାଏ, ଯାହା ଅନାବଶ୍ୟକ ମେଦକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

୩- କଞ୍ଚା କଦଳୀରେ ଫାଇବର ଓ ସ୍ୱାସ୍ଥ୍ୟକର ଷ୍ଟାର୍ଚ ଥାଏ । ଯଦି ଆପଣ କୋଷ୍ଠକାଠିନ୍ୟ ରୋଗରେ ପୀଡିତ ଅଛନ୍ତି ତେବେ କଞ୍ଚା କଦଳୀ ଖାଇଲେ ଆପଣ ଏଇ ସମସ୍ୟରୁ ରକ୍ଷା ପାଇପାରିବେ ।

୪- ନିୟମିତ ଭାବେ କଞ୍ଚା କଦଳୀ ସେବନ କଲେ ପାଚନ କ୍ରିୟା ମଧ୍ୟ ଭଲ ରହେ ।

୫- ଏହା ବ୍ୟତୀତ କଞ୍ଚା କଦଳୀ ଅନେକ ପ୍ରକାର କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । କଞ୍ଚା କଦଳୀରେ ମହଜୁଦ କ୍ୟାଲସିୟମ ହାଡକୁ ଶକ୍ତ କରିବାରେ ମଧ୍ୟ ସହାୟକ ହୋଇଥାଏ ।