ଖାଲି ପେଟରେ ପିଅନ୍ତୁ ନଖ ଉଷୁମ ଲେମ୍ବୁ ପାଣି ! ବଢ଼େ ରୋଗପ୍ରତିରୋଧକ ଶକ୍ତି . . .
ଲେମ୍ବୁରେ କ୍ୟାଲସିୟମ୍ , ମାଗ୍ନେସିୟମ୍, ଭିଟାମିନ୍ ସି ଓ ସାଇଟ୍ରିକ ଅମ୍ଳ ଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ସଂକ୍ରମଣରରୁ ରକ୍ଷା କରେ । ଲେମ୍ବୁରେ ଖାଲି ସ୍ୱାଦିଷ୍ଟ ସରବତ ହୁଏ ନାହିଁ କି ଖାଦ୍ୟର ସ୍ୱାଦ ବଢାଏ ନାହିଁ । ଏଥିରେ ଥାଏ ଅନେକ ଲାଭକାରୀ ଗୁଣ । ତେବେ ଆସନ୍ତୁ ଜାଣିବା ଖାଲି ପେଟରେ ଅଳ୍ପ ଉଷୁମ ଲେମ୍ବୁ ପାଣି ପିଇବା ଦ୍ୱାରା କ’ଣ ଲାଭ ମିଳେ ?
Kanak News is now on WhatsApp
Join and get latest news updates delivered to you via WhatsApp
୧- ଓଜନ ହ୍ରାସ କରିବାରେ ସାହାଯ୍ୟ କରେ – ସକାଳୁ ସକାଳୁ ଲେମ୍ବୁ ପାଣି ପିଇବା ଦ୍ୱାରା ଓଜନ କମେ । ଏହା ଓଜନ କମ୍ କିରବାର ପୁରୁଣା ଉପାୟ । ତେବେ ଏହାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ନଖ ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ବ୍ୟବହାର କରିବା ଅଧିକ ଭଲ । କାରଣ ମହୁ ରକ୍ତକୁ ଶୁଦ୍ଧ କରିବାରେ ସାହାଯ୍ୟ କରେ । ଲେମ୍ବୁରେ ଯେଉଁ ଫାଇବର ଥାଏ, ତାହା ପେଟକୁ ଅଧିକ ସମୟ ତୃପ୍ତ ରଖେ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
୨- ଯକୃତକୁ ସୁସ୍ଥ ରଖେ – ଲେମ୍ବୁ ପାଣିରେ ସାଇଟ୍ରିକ୍ ଏସିଡ଼ ଥାଏ, ଯାହା ଶରୀରରେ ଥିବା ଏନଜାଇମକୁ ଠିକ ଉପାୟରେ କାମ କରିବାରେ ସାହାଯ୍ୟ କରେ । ଏବଂ ଯକୃତରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ ।
୩- ହଜମରେ ସାହାଯ୍ୟ କରେ – ଲେମ୍ବୁରେ ଥିବା ଫ୍ଲେବନାଇଡ଼୍, ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏଥିପାଇଁ ପେଟ ଖରାପ ହେଲେ ଲେମ୍ବୁ ପାଣି ପିଇବା ପାଇଁ ପରାମର୍ଶ ଦିଆଯାଏ । ଏହା ଏସିଡିଟିରୁ ମଧ୍ୟ ରକ୍ଷା କରେ ।
୪- ରକ୍ତ ସଫା ରଖେ – ନଖ ଉଷୁମ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ମେଟାବୋଲିଜମ୍ ସ୍ତର ବଢ଼େ ଓ ରକ୍ତରୁ ଏସିଡ଼କୁ ବାହାର କରିବାରେ ସାହାଯ୍ୟ କରେ ।
୫- ମୁଖ ଦୁର୍ଗନ୍ଧ ଦୂର କରେ – ପ୍ରତିଦିନ ନଖ ଉଷୁମ ପାଣି ପିଇବା ଦ୍ୱାରା ମୁଖ ଦୁର୍ଗନ୍ଧ ମଧ୍ୟ ଦୂର ହୁଏ । କାରଣ ଏହା ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସାହାଯ୍ୟ କରେ ।
୬- ଫ୍ଲୁ ରୋକିବାରେ ସହାୟକ ହୁଏ – ଲେମ୍ବୁରେ ଆଣ୍ଟି ଅକ୍ସଡ଼ାଓ ଭିଟାମିନ୍ ସି ଥାଏ, ଯାହା ଶରୀରକୁ ରୋଗ ସହ ଲଢ଼ିବାରେ ସାହାଯ୍ୟ କରେ । ଏହା ଶ୍ୱାସ ସମ୍ମନ୍ଧୀୟ ରୋଗ, ସର୍ଦ୍ଦ , ଖାସ ଆଦି ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏଥିରେ ସୌପେନନି୍ ନାମମ ଏକ ଲାଭକାରୀ ତତ୍ୱ ଥାଏ ଯାହା ଫ୍ଲୁ ରୋକିବାରେ ସହାୟକ ହୁଏ ।