ପିଜୁଳି ଖାଇବା ପାଇଁ ସମସ୍ତ ପସନ୍ଦ କରନ୍ତି । କିନ୍ତୁ ପିଜୁଳି ଖାଇଲେ କ'ଣ ସୁଫଳ ମିଳେ ସେକଥା ବୋଧହୁଏ ଅନେକ ଲୋକ ଜାଣିିନଥିବେ । ଆସନ୍ତୁ ଜାଣିବା ପିଜୁଳିରେ ଭରପୁର ଥବା ତତ୍ୱ ବିଷୟରେ । ପିଜୁଳିରେ ମହଜୁଦ ଭିଟାମିନ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହାସହ ନିୟମିତ ପିଜୁଳି ସେବନ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।
- ପିଜୁଳିରେ ଭରପୁର ମାତ୍ରାରେ ଭିଟାମିନ ଓ ମିନେରାଲ୍ସ ମିଳିଥାଏ । ଏହି ତତ୍ୱ ଆମ ଶରୀର ପାଇଁ ବହୁତ ଜରୁରୀ ।
- ପିଜୁଳିରୁ ମିଳୁଥିବା ଭିଟାମିନ ବି-୯ ଆମ ଶରୀରରେ ଡିଏନଏକୁ ସୁଧାରିବାର କାମ କରେ ।
- ଏହାସହ ପିଜୁଳିରେ ମହଜୁଦ ପୋଟାସିୟମ ଓ ମାଗ୍ନେସିୟମ ହୃଦୟକୁ ସୁସ୍ଥ ରଖିଥାଏ ।
- କେବଳ ଏତିକି ନୁହଁ,.ପିଜୁଳିରେ ମିଳୁଥିବା ଭିଟାମିନ ଏ ଓ ଇ ତ୍ୱଚା ,କେଶ ଓ ଆଖିକୁ ପୋଷଣ ଯୋଗାଇଥାଏ ।
- ପିଜୁଳିରେ ଥିବା ବିଟା କ୍ୟାରୋଟିନ ଶରୀରକୁ ତ୍ୱଚା ସମ୍ମନ୍ଧୀୟ ରୋଗରୁ ରକ୍ଷା କରିଥାଏ
- ଏହାସହ ନିୟମିତ ପିଜୁଳି ସେବନ କଲେ ଏଥିରେ ମହଜୁଦ ଥିବା ନ୍ୟୁଟ୍ରିଏଣ୍ଟ କର୍କଟ ପରି ଭୟଙ୍କର ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।