ତୃତୀୟ ପର୍ଯ୍ୟାୟରେ ନିର୍ବାଚନକୁ ଯାଉଥିବା ବେଗୁନିଆରେ ଜମୁଛି ପ୍ରଚାର ! ବିଜେଡିର ରାଜେନ୍ଦ୍ର ସାହୁ, ବିଜେପିର ଋଷଭ ନନ୍ଦ ଓ କଂଗ୍ରେସର ପ୍ରଦୀପ ସାହୁଙ୍କ ମଧ୍ୟରେ ଚାଲିଛି ଲଢ଼େଇ

301

କନକ ବ୍ୟୁରୋ : ଆସୁଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପଡିବ ଭୋଟ । ବିଗତ ନିର୍ବାଚନ ଗୁଜିକରେ ସବୁବେଳେ ଫୋକସରେ ରହିଆସିଛି ବେଗୁନିଆ । ୨୦୧୯ରେ ମଧ୍ୟ ବେଗୁନିଆରେ ହେବାକୁ ଯାଉଛି ତ୍ରିମୁଖୀ । ତିନିଦଳର ନେତା ଏବେ ଦମ ଲଗାଇଛନ୍ତି ପ୍ରଚାରରେ ।

ବାଜା, ବାଣ ରୋଷଣିରେ ଚାଲିଛି ପ୍ରଚାର । ୨୦୧୯ରେ କିଏ ମାରିବ ବାଜି ? ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ବିଜେଡିର ଗଡ କୁହାଯାଉଥିବା ବେଗୁନିଆରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବଦଳରେ ଏଥର ଟିକେଟ ମିଳିଛି ରାଜେନ୍ଦ୍ର ସାହୁଙ୍କୁ । ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ରାଜେନ୍ଦ୍ର । ନବୀନଙ୍କ ବିକାଶମୂଳକ କାମକୁ ଆଧାର କରି ଭୋଟ ମାଗୁଛନ୍ତି ।

ସେପଟେ ବିଜେପି ସାମନାକୁ ଆଣିଛି ନୂଆ ମୁହଁ । ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ବିଜେପିର ବିଧାୟକ ପ୍ରାର୍ଥୀ ବନିଛନ୍ତି । ପ୍ରଶାନ୍ତ ଏହି ଆସନରୁ ୨ଥର ବିଧାୟକ ରହିସାରିଛନ୍ତି । ତେଣୁ ଲୋକସମ୍ପର୍କକୁ ଆଧାର କରି ଭୋଟ ଭିକ୍ଷା କରୁଛନ୍ତି ରିଷଭ । ମୋଦିଙ୍କ ବିକାଶର ହାୱା ସହ ନିଯୁକ୍ତି ଓ ଜଳସେଚନକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯାଉଛନ୍ତି ।

ସେପଟେ ମା’ମାଟିର କଥା କହି ପ୍ରଚାର ଚଳାଇଛନ୍ତି କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସାହୁ । ପ୍ରଦୀପ ଲୋକଙ୍କ ସୁଖ ଦୁଃଖରେ ଠିଆ ହୋଇଥିବାରୁ ଜନତା ତାଙ୍କୁ ହିଁ ସମର୍ଥନ କରିବେ ବୋଲି ଆଶା ବାନ୍ଧିଛନ୍ତି । ଅନ୍ୟପକ୍ଷରେ ସ୍ୱାଧୀନ ପ୍ରାର୍ଥୀ ବିକାଶକୁ ମୁଦ୍ଦା କରି ଜନତାଙ୍କ ନିକଟତର ହେବାକୁ କରୁଛନ୍ତି ଉଦ୍ୟମ କରୁଛନ୍ତି । ଏବେ ଅପେକ୍ଷା ବେଗୁନିଆବାସୀ କାହା ଉପରେ ମୋହର ମାରୁଛନ୍ତି ।