ଭିକାରୀ ଦେଲେ ଅଢେଇ ହଜାର ଟଙ୍କାର ବିଦ୍ୟୁତ ବିଲ : ବଡ଼ ବଡ଼ିଆ ଲୋକ ଠକୁଥିବା ବେଳେ ଭିକ୍ଷାବୃତି କରି ପରିବାର ଚଳାଉଥିବା କାର୍ତ୍ତିକ ବିଲ ପୈଠ କରି ଲୋକଙ୍କୁ କଲେ ସଚେତନ

517

କନକ ବ୍ୟୁରୋ : ସେସୁ ପକ୍ଷରୁ ବକେୟା ବିଦ୍ୟୁତ୍ ବିଲ ଉପଭୋକ୍ତାଙ୍କ ଲାଇନ କଟାଯିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ନିଷ୍ପତ୍ତି ଆସିବା ପରେ ଏବେ ବିଦ୍ୟୁତ୍ ବିଲ ଭରିବା ପାଇଁ ସେସୁ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଜଣେ ଅସହାୟ ବ୍ୟକ୍ତି କାର୍ତ୍ତିକ ନାଥ ଦୁଇ ହଜାର ୫ଶହ ଟଙ୍କାର ବିଦ୍ୟୁତ୍ ବିଲ ପୈଠ କରିଛନ୍ତି । ବଡ଼ ବଡ଼ିଆ ଲୋକ ଠିକ୍ ସମୟରେ ବିଲ ଦେଉନଥିବା ବେଳେ ଗାଁ ଗାଁ ବୁଲି ଭିକ୍ଷାବୃତି କରୁଥିବା ଜଣେ ଅସହାୟ ବ୍ୟକ୍ତି ବିଦ୍ୟୁତ୍ ବିଲ ପୈଠ ଲୋକଙ୍କୁ ସଚେତନ କରାଇଛନ୍ତି ।

ସୂଚନା ଅନୁସାରେ ଭଦ୍ରକ ସହର ନିକଟସ୍ଥ ଉତ୍ତର ବାହିନୀ ସରିପୁର ଗାଁର କାର୍ତିକ ନାଥ ଭିକ୍ଷା ବୃତି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଗାଁ ଗାଁ ବୁଲି ଭିକ୍ଷା କରି ୮ଜଣ ପରିବାରଙ୍କ ପେଟ ପୋଷି ଥାଆନ୍ତି । କାର୍ତିକ ନାଥ । ବିଦ୍ୟୁତ୍ କଟିଯିବା ଭୟରେ ନିଜ ପରିବାର ଲୋକଙ୍କ ପେଟ ଉପାସ ରଖି ଅଢେଇ ହଜାର ଟଙ୍କା ନେସ୍କୋ କାର୍ଯ୍ୟାଳୟରେ ଡ଼ିପୋଜିଟ କରିଛନ୍ତି । କାର୍ତିକଙ୍କର ଏଭଳି ପଦକ୍ଷେପକୁ ନେସ୍କୋ କର୍ମଚାରୀ ସ୍ୱାଗତ କରିଥିବା ବେଳେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।